ଘାଟିରେ ଗ୍ରେନେଡ଼୍‌ ଆକ୍ରମଣ ୧୪ ଆହତ

October 05, 2019, ଦେଶ, , Anupambharat News Bureau


 ଘାଟିରେ ଗ୍ରେନେଡ଼୍‌ ଆକ୍ରମଣ ୧୪ ଆହତ
Anupambharat News Bureau
October 05, 2019

ଶ୍ରୀନଗର,୫ା୧୦: ଉତ୍ତର କାଶ୍ମୀରର ଅନନ୍ତନାଗ ଇଲାକାରେ ଥିବା ଉପ ଆୟୁକ୍ତ କାର୍ଯ୍ୟାଳୟ ଆଗରେ ଆତଙ୍କବାଦୀ ଦ୍ୱାରା ହୋଇଥିବା ଗ୍ରେନେଡ଼୍‌ ଆକ୍ରମଣରେ ଜଣେ ଟ୍ରାଫିକ ପୋଲିସ ସମେତ ୧୪ ଜଣ ଆହତ ହୋଇଛନ୍ତି । ଗତ ଅଗଷ୍ଟ ୫ରେ ଜାମ୍ମୁ ଓ କାଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ଘାଟିରେ ଏହା ଦ୍ୱିତୀୟ ଆକ୍ରମଣ । ଆଜି ଦିନ ପ୍ରାୟ ୧୧ଟାରେ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଆୟୁକ୍ତ କାର୍ଯ୍ୟାଳୟ ବାହାରେ ମୁତୟନ ପାଟ୍ରୋଲିଂ ପାର୍ଟି ଉପରକୁ ଆତଙ୍କବାଦୀମାନେ ଏକ ଗ୍ରେନେଡ଼ ମାଡ଼ କରିଥିଲେ । ତେବେ ଗ୍ରେନେଡ଼ ଲକ୍ଷ୍ୟଭ୍ରଷ୍ଟ ହୋଇ ରାସ୍ତା କଡ଼ରେ ବିସ୍ପୋରିତ ହୋଇଥିଲା । ଫଳରେ ପଥଚାରୀ ସମେତ ଜଣେ ଟ୍ରାଫିକ ପୋଲିସ ଏବଂ ଅନ୍ୟଜଣେ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି । ଜଣେ ଆହତଙ୍କ ଅବସ୍ଥା ଗୁରୁତର ରହିଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ପୋଲିସ କର୍ଡ଼ନ କରି ରଖିବା ସହ ଆକ୍ରମଣରେ ସଂଶ୍ଳିଷ୍ଟଙ୍କୁ ଧରିବାକୁ ଚଢ଼ାଉ ଅଭିଯାନ ଆରମ୍ଭ ହୋଇଛି । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ପ୍ରକାଶ ଥାଉକି ଗତ ୨୮ରେ ଶ୍ରୀନଗର ନାୱା କାଦଲରେ ଆଇନ ଶୃଙ୍ଖଳା
କାର୍ଯ୍ୟରେ ନିୟୋଜିତ ସିଆପିଏଫର ୩୮ ବାଟାଲିୟାନ ସୁରକ୍ଷା କର୍ମୀଙ୍କ ଉପରକୁ ଗ୍ରେନେଡ଼ ମାଡ଼ ହୋଇଥିଲା । ତେବେ ଏଥିରେ କେହି ଆକ୍ରମଣ ହୋଇନଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୫ଘଣ୍ଟା ପରେ ଧାରଣାରୁ ଉଠିଲେ ସୁକାନ୍ତ

୧୫ଘଣ୍ଟା ପରେ ଧାରଣାରୁ ଉଠିଲେ ସୁକାନ୍ତ

Read More...

ଦୀଘା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲୁଟେରାଙ୍କ ଆତଙ୍କରାଜ  ଶିଶୁ ଓ ବ୍ୟାଗ୍‌ ଲୁଟ୍‌ ବେଳେ ଧରାପଡ଼ିଲେ

ଦୀଘା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲୁଟେରାଙ୍କ ଆତଙ୍କରାଜ ଶିଶୁ ଓ ବ୍ୟାଗ୍‌ ଲୁଟ୍‌ ବେଳେ ଧରାପଡ଼ିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page