ଦୀଘା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲୁଟେରାଙ୍କ ଆତଙ୍କରାଜ ଶିଶୁ ଓ ବ୍ୟାଗ୍‌ ଲୁଟ୍‌ ବେଳେ ଧରାପଡ଼ିଲେ

October 05, 2019, ଓଡ଼ିଶା, , Anupambharat News Bureau


ଦୀଘା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲୁଟେରାଙ୍କ ଆତଙ୍କରାଜ  ଶିଶୁ ଓ ବ୍ୟାଗ୍‌ ଲୁଟ୍‌ ବେଳେ ଧରାପଡ଼ିଲେ
Anupambharat News Bureau
October 05, 2019

ବ୍ରହ୍ମପୁର,୫ ।୧୦(ଅନୁପମ ମିଡ଼ିଆ): ଗତ ୩ ତାରିଖ ରାତିରେ ବିଶାଖ୍‌ପାଟଣା-ଦୀଘା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଜଣେ ଦୁର୍ବୁତ୍ତ ପଶି ଜଣେ ନବଜାତ ଶିଶୁକୁ ଅପହରଣ ଓ ପରେ ଏକ ବ୍ୟାଗ୍‌ ଲୁଟ୍‌ ବେଳେ ଯାତ୍ରୀଙ୍କ ଦ୍ୱାରା ଧରାପଡ଼ି ଗିରଫ ହୋଇଥିବା ସୂଚନା ମିଳିଛି ।
ଗତ ୩ ତାରିଖ ରାତିରେ ଏକ ପରିବାର ବିଶାଖ୍‌ପାଟଣା ରୁ ଦୀଘା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବା ଏବଂ ଜଣେ ମହିଳା ତାଙ୍କର ୫ ମାସର ଶିଶୁକୁ ଧରି ଶୋଇଥିଲେ । ଟ୍ରେନ୍‌ ଟି ବ୍ରହ୍ମପୁର ଷ୍ଟେସନ୍‌ ଅତିକ୍ରମ କରିବା ପରେ ହଠାତ ଜଣେ ଦୁର୍ବୁତ୍ତ ଶିଶୁ ଟିକୁ ଅପହରଣ କରି ନେଉଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘଟଣା ଦେଖି ଶିଶୁ ଟିର ମା’ ପାଟି କରିବାରୁ ସେ ଶିଶୁଟିକୁ ଛାଢ଼ି ଦେଇ ଅନ୍ୟ ଏକ ବଗିକୁ ଚାଲିଯାଇଥିଲା । ସେହି ବଗିରେ ବି ଦୁର୍ବୁତ୍ତ ଜଣକ ଅନ୍ୟଜଣେ ଯାତ୍ରୀଙ୍କ ଏକ ବ୍ୟାଗ୍‌ ନେଇ ଚମ୍ପଟ ମାରିବା ବେଳେ ଅନ୍ୟ ଯାତ୍ରୀମାନେ ଦେଖି ତାକୁ କାବୁ କରିଥିଲେ । ଉକ୍ତ ସମୟରେ ଦୁର୍ବୁତ୍ତ ଜଣକ ୩ ଜଣ ଯାତ୍ରୀଙ୍କ ହାତକୁ କାମୁଡ଼ି ଦେଇଥିଲା । ଏହାସତ୍ତେ୍ୱ ଯାତ୍ରୀମାନେ ସମ୍ପୃକ୍ତ ଦୁର୍ବୁତ୍ତକୁ ଧରି ରେଲ୍‌ୱାଇ ସୁରକ୍ଷା କକ୍ଷକୁ ଫୋନ୍‌ କରିଥିଲେ । ଉକ୍ତ ଫୋନ୍‌ କଲ୍‌ ପାଇ ବାଲୁଗାଁ ଷ୍ଟେସନ୍‌ରେ ଟ୍ରେନ୍‌ ଟି ପହଞ୍ଚିବା ପରେ ଆର୍‌ପିଏଫ୍‌ ବାହିନୀ ଘଟଣାସ୍ଥଳ ଟ୍ରେନ୍‌ ବଗି ନିକଟରେ ପହଞ୍ଚିଥିଲେ । ସେଠାରେ ଯାଞ୍ଚ କରି ଯାତ୍ରୀଙ୍କ ଦ୍ୱାରା ଅଟକ ଦୁର୍ବୁତ୍ତ ଖୋର୍ଦ୍ଧା ଜିଲ୍ଳା କୁସୁମାଟି ଗ୍ରାମର ବାପି ବିଶ୍ୱାଳକୁ ଧରି ଖୋର୍ଦ୍ଧା ରୋଡ୍‌ ଜିଆର୍‌ପିକୁ ହସ୍ତାନ୍ତର କରିଥିଲେ । ଖୋର୍ଦ୍ଧା ରୋଡ୍‌ ଜିଆର୍‌ପି ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ଚଳାଇ ଅଭିଯୋଗ ପତ୍ର ସହ ଅଭିଯୁକ୍ତକୁ ବ୍ରହ୍ମପୁର ଜିଆର୍‌ପିକୁ ହସ୍ତାନ୍ତର କରିଥିଲେ । ବ୍ରହ୍ମପୁର ଜିଆର୍‌ପି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଘାଟିରେ ଗ୍ରେନେଡ଼୍‌ ଆକ୍ରମଣ ୧୪ ଆହତ

ଘାଟିରେ ଗ୍ରେନେଡ଼୍‌ ଆକ୍ରମଣ ୧୪ ଆହତ

Read More...

ସମ୍ପର୍କୀୟ ହୋଇନଥିଲେ ବି ହୋଟେଲ୍‌ରେ ଏକାଠି ରହିପାରିବେ ମହିଳା ଓ ପୁରୁଷ

ସମ୍ପର୍କୀୟ ହୋଇନଥିଲେ ବି ହୋଟେଲ୍‌ରେ ଏକାଠି ରହିପାରିବେ ମହିଳା ଓ ପୁରୁଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page