ଯାଜପୁର,୧୦ । ୧୦( ଅନୁପମ ମିଡିଆ): ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀର କୁସ୍ତିରା-କଲଣ ସେତୁର ନଦୀ ପଠାରେ କୁମ୍ଭୀର ଆତଙ୍କ । ଆଜି ସକାଳୁ କଲଣ ନଦୀ ପଠା ନିକଟରେ ଏକ କୁମ୍ଭୀର ନଦୀରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ନଦୀରେ କୁମ୍ଭୀର ଦେଖାଯାଉଥିବା ଖବର ପାଇ ସେତୁ ଓ ନଦୀ ପଠା ନିକଟରେ ଶହ ଶହ ଲୋକ ରୁଣ୍ଡିଭୂତ ହୋଇଥିଲେ । ପରେ ଗଡମଧୁପୁର ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ସତର୍କ କରାଇବା ସହ କୁମ୍ଭୀରକୁ ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି । କୁମ୍ଭିରଟି ଆଜି ଦିନସାରା କେଉଁଆଡେ ଉଭାନ ହୋଇଯାଇଛି ।