ତୈଳ ଜାହାଜକୁ ରେକଟ ମାଡ଼ କଲା ସାଉଦି

October 11, 2019, ବିଦେଶ, , Anupambharat News Bureau


ତୈଳ ଜାହାଜକୁ ରେକଟ ମାଡ଼ କଲା ସାଉଦି
Anupambharat News Bureau
October 11, 2019

ତେହେରାନ୍‌: ସାଉଦି ଆରବ ଉପକୂଳ ଦେଇ ରେଡ୍‌ ସି’ରେ ଯାଉଥିବା ଇରା[୍ର ସିନୋପା ନାମକ ତେଲ ଜାହାଜ ଉପରେ ଦୁଇଟି ରେକଟ୍‌ ମାଡ଼ କରାଯାଇଛି । ରକେଟ୍‌ ମାଡ଼ ଯୋଗୁ ଜାହାଜଟିରେ ନିଆଁ ଲାଗିଯାଇଛି ।
ସେହିପରି ଏହା ମଧ୍ୟରେ ଥିବା ତେଲଗୁଡ଼ିକ ଏବେ ସୁମଦ୍ରରେ ମିଶିବା ଆରମ୍ଭ କରିଛନ୍ତି । ଯାହା ଏକ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ସଙ୍କେତ ଦେଇଛି । ଏହି ରେକଟ୍‌ ମାଡ଼ ପଛରେ ସାଉଦି ଆରବର ହାତ ରହିଥିବା ଇରାନ୍‌ ପକ୍ଷରୁ କୁହାଯାଇଛି ।
ଆମେରିକା କଥାରେ ହିଁ ସାଉଦି ଏଭଳି ଢଙ୍ଗରେ ଇରାନ୍‌ ଜାହାଜ ଉପରେ ଆକ୍ରମଣ କରିଥିବା ତେହେରାନ କହିଛି । ଅନ୍ୟପକ୍ଷରେ ଇରା[୍ର ଅଭିଯୋଗ ଉପରେ ସାଉଦି ଆରବ କି;ୁ କୌଣସି ପ୍ରତିକ୍ରିୟା ରଖି ନାହିଁ । ପୂର୍ବରୁ ସାଉଦି ଆରବ ତଥା ବିଶ୍ୱର ସର୍ବବୃହତ ତୈଳ ପ୍ଲାଣ୍ଟରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରାଯାଇଥିଲା । ଏହା ପଛରେ ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଥିଲେ ହେଁ ଆମେରିକା ଏଥିପାଇଁ ଇରାନ୍‌କୁ ଦାୟୀ କରିଥିଲା । ଏଥିସହ ସାଉଦି ଆରବକୁ ଇରାନ ବିରୋଧରେ ଉସକାଇବା ଆରମ୍ଭ କରିଥିଲା । ଫଳ ସ୍ୱରୂପଏଭଳି ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ଇରାନର ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ (ଏନଆଇଓସି)ର ସୂଚନା ଅନୁଯାୟୀ ସାଉଦି ଆରବର ଜିଦ୍ଦାହ ବନ୍ଦରଠାରୁ ମାତ୍ର ଅଳ୍ପ ଦୂରରେ ଇରାନର ସିନୋପି ତେଲ ଟ୍ୟାଙ୍କର ଯାଉଥିଲା । ଏହି ସମୟରେ ଦୁଇଟି ମିସାଇଲ୍‌ ଆସି ତେଲ ଟ୍ୟାଙ୍କର ଉପରେ ପଡ଼ିଥିଲା । ମିସାଇଲ ମାଡ଼ରେ ଜାହାଜଟି କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଏହା ମଧ୍ୟରେ ଥିବା ସମସ୍ତ ପାଇଲଟ୍‌ ଓ କର୍ମଚାରୀ ସୁରକ୍ଷିତ ରହିଛନ୍ତି । ଗତ ସେପେcମ୍ବର ୧୪ରେ ସାଉଦି ଆରବର ରାଜଧାନୀ ରିଆଦରେ ଥିବା ଏକ ତେଲ ଡିପୋ ଉପରେ ଡ୍ରୋନ୍‌ ସାହାଯ୍ୟରେ ଆକ୍ରମଣ କରା ଯାଇଥିଲା । ଏଥିରେ ସାଉଦି ଆରବକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା । ପାଖାପାଖି ୫.୭ ନିୟୁତ ବ୍ୟାରେଲ ତେଲ ନଷ୍ଟ ହୋଇଥିଲା । ଏହାପରେ ବିଭିନ୍ନ ଦେଶକୁ ସାଉଦି ଆରବ ତେଲ ରପ୍ତାନୀ ବନ୍ଦ କରି ଦେଇଥିଲା । ଏହି ଘଟଣା ପାଇଁ ୟେମେନର ହୋଥି ବିଦ୍ରୋହୀ ଗୋଷ୍ଠୀ ନିଜକୁ ଦାୟୀ କରିଛି । ସାଉଦି ଆରବ କି;ୁ ଏଥିପାଇଁ ଇରାନକୁ ଦାୟୀ କରିଛି । ଆମେରିକା ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି । ତେଣୁ ଆଜିର ଘଟଣା ଇରାନ, ସାଉଦି ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦକୁ ଆହୁରି ତୀବ୍ର କରିଛି । ତେବେ ଆମେରିକା ଉପରେ ଇରାନ୍‌ ଆରୋପ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ତାପସୀ

ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ତାପସୀ

Read More...

ରାଜ୍ୟ ସରକାରଙ୍କ ୫-T ସଫଳତା ନେଇ ଏସ୍‌ପିଙ୍କ ଅଭିଯାନ

ରାଜ୍ୟ ସରକାରଙ୍କ ୫-T ସଫଳତା ନେଇ ଏସ୍‌ପିଙ୍କ ଅଭିଯାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page