ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ତାପସୀ

October 11, 2019, ଦେଶ, , Anupambharat News Bureau


ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ତାପସୀ
Anupambharat News Bureau
October 11, 2019

ମୁମ୍‌ୱାଇ : ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ତାଙ୍କ ଫିଲ୍ମ ‘ସା„ କି ଆଁଖ୍‌’ର ପ୍ରୋମୋସନ୍‌ କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରଶ୍ନରେ ତାପସୀ ରାଗି ଯାଇଥିବା ଖବର ଶୁଣିବାକୁ ମିଳିଛି । ଫିଲ୍ମ ‘ସା„ କି ଆଁଖ୍‌’ ଦୁଇଟି ବୟସ୍କ ମହିଳାଙ୍କ କାହାଣୀ ଉପରେ ପର୍ଯ୍ୟବସିତ । ଏଥିରେ ଭୂମି ପେଡନାକର ଓ ତାପସୀ ପନ୍ନୁ ସେହି ବୟସ୍କ ମହିଳାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ରିପୋର୍ଟ ଅନୁସାରେ ବୁଧବାର ଭୂମି ପେଡନାକରଙ୍କ ସହିତ ତାପସୀ ଫିଲ୍ମର ପ୍ରୋମୋସନ୍‌ କରିବା ପାଇଁ ପହଞ୍ଚିଥିଲେ । ଫିଲ୍ମର ପ୍ରୋମୋସନରେ ଇଣ୍ଟରଭ୍ୟୁ ନେଉଥିବା ମହିଳା ସାମ୍ବାଦିକ ଜଣକ ତାପସୀଙ୍କୁ କହିଥିଲେ, ‘ଫିଲ୍ମ ସା„ କି ଆଁଖ୍‌’ ଏପରି ଦୁଇଜଣ ବୟସ୍କ ମହିଳାଙ୍କ କାହାଣୀ, ଯାହା ନାରୀ ସଶକ୍ତୀକରଣକୁ ବ୍ୟକ୍ତ କରୁଛି । ଏହି ଅଭିଯାନ ପରେ ବଲିଉଡ୍‌ରେ କିଛି ପରିବର୍ତ୍ତନ ଆସିଛି କି ? କାହିଁକିନା ବର୍ତ୍ତମାନ ଦେଖିବାକୁ ଗଲେ ଏହି ପ୍ରସଙ୍ଗ ଏକ ପ୍ରକାର ଶେଷ ହୋଇଯାଇଛି । ଆପଣଙ୍କୁ ଲାଗୁନାହିଁ ଏହାକୁ ଜାରି ରଖିବାର ଆବଶ୍ୟକତା ରହିଛି । ଜଣେ ମହିଳା ଭାବରେ ଆପଣ ଏହାକୁ କିପରି ଦେଖୁଛନ୍ତି ବୋଲି ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ ।
ଏହା ପ୍ରଶ୍ନ ଶୁଣିବା ମାତ୍ରେ ହିଁ ତାପସୀ ରାଗି ଯାଇଥିଲେ । କେଉଁ ପ୍ରଶ୍ନ କରିବା ଉଚିତ ଓ ନୁହେଁ, ଏହା ପ୍ରଥମେ ଜାଣି ରଖ;ୁ ବୋଲି ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ । କି;ୁ ତାପସୀଙ୍କୁ ରାଗ ମୁଡ୍‌ ଦେଖି ପରିସ୍ଥିତିକୁ ମ୍ୟାନେଜ୍‌ କରିନେଇଥିଲେ ମହିଳା ସାମ୍ବାଦିକ ଶିଖା ଧାରିବାଲ୍‌ । ଏହାକୁ ନେଇ ସାମ୍ବାଦିକ ଜଣକ କହିଛନ୍ତି ଯେ, ତାପସୀଙ୍କ ବ୍ୟବହାର ଦେଖି ଲାଗିଲା ତାଙ୍କ ପାଇଁ ମହିଳା ସଶକ୍ତୀକରଣ ଏକ ଲୋକ ଦେଖାଣିଆ କଥା ବୋଧହୁଏ ଗଣମାଧ୍ୟମ ଶିରୋନାମାରେ ରହିବା ପାଇଁ ସେ ଏସବୁ କରୁଛନ୍ତି । ଯଦି ସତରେ ସେ ମହିଳା ସଶକ୍ତୀକରଣ କଣ ବୁଝିଥାନ୍ତେ , ତେବେ ମୋର ପ୍ରଶ୍ନକୁ ଗମ୍ଭୀରତାର ସହିତ ନେଇ ଉତ୍ତର ରଖିଥା’ନ୍ତେ । ତାପସୀ ଓ ଭୂମିଙ୍କ ଅଭିନୀତ ‘ସା„ କି ଆଁଖ୍‌’ ଫିଲ୍ମ ଅକେଫାବର ୨୫ ତାରିଖରେ ରିଲିଜ୍‌ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିନପିଙ୍ଗଙ୍କୁ ବିରୋଧ କରୁଥିବା ତି³ତୀୟଙ୍କୁ ହେପାଜତକୁ ନେଲା ପୁଲିସ୍‌

ଜିନପିଙ୍ଗଙ୍କୁ ବିରୋଧ କରୁଥିବା ତି³ତୀୟଙ୍କୁ ହେପାଜତକୁ ନେଲା ପୁଲିସ୍‌

Read More...

ତୈଳ ଜାହାଜକୁ ରେକଟ ମାଡ଼ କଲା ସାଉଦି

ତୈଳ ଜାହାଜକୁ ରେକଟ ମାଡ଼ କଲା ସାଉଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page