ଭାରତ ପାଇଁ ବିରାଟ ଦିନ

October 11, 2019, କ୍ରୀଡ଼ା, , Anupambharat News Bureau


ଭାରତ ପାଇଁ ବିରାଟ ଦିନ
Anupambharat News Bureau
October 11, 2019

ପୁଣେ,୧୧ ।୧୦: ପ୍ରଥମ ଦିବସରେ ମୟଙ୍କ ମ୍ୟାଜିକ୍‌ରେ ବାଉଳା ହୋଇଥିବା ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଦିବସରେ ‘ବିରାଟ’ ଝଟ୍‌କା ଲାଗିଛି । ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ସପ୍ତମ ଦ୍ୱିଶତକ ବଳରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଏକ ବିଶାଳ ସ୍କୋର ଛିଡ଼ା କରି ଦକ୍ଷିଣ ଆଫ୍ରିକାର ରାସ୍ତା ଏକପ୍ରକାର ବନ୍ଦ କରିଦେଇଛି । କୋହଲି କ୍ୟାରିୟରର ସପ୍ତମ ଦ୍ୱିଶତକ ସହ କ୍ୟାରିୟର ଶ୍ରେଷ୍ଠ ତଥା ଅପରାଜିତ ୨୫୪ ରନ୍‌ର ପାଳି ଖେଳିଥିବା ବେଳେ ଭାରତ ୬୦୧/୫ରେ ନିଜ ପ୍ରଥମ ଇନିଂସ୍‌ ଘୋଷଣା କରିଛି । ଏହାର ଜବାବରେ ଦ୍ୱିତୀୟ ଦିବସର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩୬ ରନ୍‌ରେ ୩ଟି ୱିକେଟ୍‌ ହରାଇ ସଂଘର୍ଷ କରୁଛି । ଆହତ ହନୁମା ବିହାରୀଙ୍କ ସ୍ଥାନରେ ଖେଳୁଥିବା ପେସର ଉମେଶ ଯାଦବ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଡିନ୍‌ ଏଲ୍‌ଗାର (୬) ଓ ଏଡେନ୍‌ ମାର୍କରମ୍‌(୦)ଙ୍କୁ ପ୍ୟାଭିଲିୟନ୍‌ ଫେରାଇଥିବା ବେଳେ ତେମ୍ବା ବାଭୁମା (୮)ଙ୍କୁ ମହମ୍ମଦ ସାମି ନିଜ ଶିକାର ବନାଇଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଥୁ୍ୟନିସ୍‌ ଡି’ବ୍ରୁଇନ୍‌ ୨୦ ଓ ନାଇଟ୍‌ ୱାଚ୍‌ମ୍ୟାନ୍‌ ଆନରିଚ୍‌ ନର୍ଜେ ୨ ରନ୍‌ କରି ଅପରାଜିତ ଅଛନ୍ତି । ହାତରେ କେବଳ ୭ ୱିକେଟ୍‌ ରହିଥିବାବେଳେ ଦକ୍ଷିଣ ଆଫ୍ରିକା ଆହୁରି ୫୬୫ ରନ୍‌ ପଛରେ ରହିଛି । ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ପଛୁଆ ଥିବା ଦକ୍ଷିଣ ଆଫ୍ରିକା ପକ୍ଷେ ଏହି ଟେଷ୍ଟ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡିଛି । ଅନ୍ୟପକ୍ଷେ ବିରାଟ ପାଳି ବଳରେ ମଜଭୁତ ସ୍ଥିତିରେ ରହିଥିବା ଭାରତ ମ୍ୟାଚ୍‌ ସହ ସିରିଜ୍‌ କବ୍‌ଜା କରିବା ପାଇଁ କ୍ଷେତ୍ର ପ୍ରସ୍ତìତ କରିଛି ।
ଆଜି ଥିଲା ବିରାଟଙ୍କ ଦିନ । ଏହି ଭାରତୀୟ ରନ୍‌ ମେସିନ୍‌ କ୍ୟାରିୟରର ସପ୍ତମ ଦ୍ୱିଶତକ ହାସଲ ପୂର୍ବକ ଏକାଧିକ ରେକର୍ଡ ଭାଙ୍ଗିଥିଲେ । କୋହଲିଙ୍କ ଏହି ରେକର୍ଡ ସୃଷ୍ଟିକାରୀ ଇନିଂସ୍‌ ଅବସରରେ ତାଙ୍କୁ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୫୯) ଓ ରବୀନ୍ଦ୍ର ଜାଡେଜା (୯୧)ଙ୍କ ଠାରୁ ଉପଯୁକ୍ତ ସହାୟତା ମିଳିଥିଲା । ବିଶେଷକରି ତୃତୀୟ ସେସନ୍‌ରେ କୋହଲି ଓ ଜାଡେଜାଙ୍କ ରନ୍‌ ବର୍ଷା ଦକ୍ଷିଣ ଆଫ୍ରିକାର ମନୋବଳ ଭାଙ୍ଗିଦେଇଥିଲା । ଏ ଦୁହିଁଙ୍କୁ ରେକିବାକୁ ଦକ୍ଷିଣ ଆଫ୍ରିକା ବୋଲର୍‌ ସମ୍ପୂର୍ଣ୍ଣ ନିରୁପାୟ ମନେ ହୋଇଥିଲେ । ସପ୍ତମ ଦ୍ୱିଶତକ ସହ କୋହଲି ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହେୱାଗ୍‌ଙ୍କୁ ପଛରେ ପକାଇଛନ୍ତି । ସଚିନ ଓ ସେହେୱାଗ୍‌ ୬ଟି ଲେଖାଏଁ ଦ୍ୱିଶତକ ହାସଲ କରିଥିଲେ । ତେବେ କୋହଲି ଏହି ଦୁଇ କିମ୍ବଦନ୍ତୀଙ୍କୁ ଅତିକ୍ରମ କରି ପ୍ରଥମ ଭାରତୀୟ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ହାସଲ କରି ନିଜ ଜାଜୁଲ୍ୟମାନ କ୍ୟାରିୟରରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । କୋହଲି ମଧ୍ୟ ଟେଷ୍ଟ ଅଧିନାୟକ ଭାବେ ୧୯ଟି ଶତକ ସହ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ଏହାଛଡ଼ା ଏହି ଦ୍ୱିଶତକୀୟ ପାଳି ଅବସରରେ କୋହଲି ୭୦୦୦ ଟେଷ୍ଟ ରନ୍‌ ପୂରଣ କରିଛନ୍ତି । କୋହଲିଙ୍କ ୨୫୪ ରନ୍‌ ପାଳିରେ ୩୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା ।
ପୂର୍ବରୁ ଭାରତ ତାର ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୨୭୩/୩ରୁ ଖେଳ ଆରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ କୋହଲି ଓ ରାହାଣେ ପ୍ରଥମ ସେସନ୍‌ରେ ଦକ୍ଷିଣ ଆଫ୍ରିକାକୁ କୌଣସି ସୁଯୋଗ ନଦେଇ ସ୍କୋରକୁ ଆଗେଇ ନେଇଥିଲେ । କୋହଲି ପ୍ରଥମ ସେସନ୍‌ରେ ହିଁ କ୍ୟାରିୟରର ୨୬ତମ ଶତକ ପୂରଣ କରିଥିବାବେଳେ ରାହାଣେ ମଧ୍ୟ ଅର୍ଦ୍ଧଶତକରେ ପହଞ୍ଚିଥିଲେ । ଏ ଦୁହେଁ ଚତୁର୍ଥ ୱିକେଟ୍‌ରେ ୧୭୮ ରନ୍‌ ଯୋଗ କରି ଦକ୍ଷିଣ ଆଫ୍ରିକାକୁ ନିରାଶ କରିଥିଲେ । ଦଳୀୟ ସ୍କୋର ୩୭୬ ରନ୍‌ ହୋଇଥିବା ବେଳେ ରାହାଣେଙ୍କୁ ଆଉଟ୍‌ କରି ରବାଡା ଏହି ଯୋଡ଼ି ଭାଙ୍ଗି ଦକ୍ଷିଣ ଆଫ୍ରିକାକୁ ବହୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ । ଚା’ପାନ ବିରତି ପରବର୍ତ୍ତୀ ସେସନ୍‌ ଥିଲା ଦକ୍ଷିଣ ଆଫ୍ରିକା ପାଇଁ ସବୁଠୁ ଯନ୍ତ୍ରଣାଦାୟକ । ଉଭୟ କୋହଲି ଓ ଜାଡେଜା ଏହି ସେସନ୍‌ରେ ଓଭର ପିଛା ୭ ରନ୍‌ ହାରରେ ରନ୍‌ ସଂଗ୍ରହ କରିଥିଲେ । ସ୍କୋରିଂ ରେଟ୍‌ ବଢ଼ାଇ ଶୀଘ୍ର ପଳି ଘୋଷଣା ସହ ଦକ୍ଷିଣ ଆଫ୍ରିକାର କେତୋଟି ୱିକେଟ୍‌ ଖସାଇବା ଥିଲା ଭାରତର ରଣନୀତି । ଏଥିରେ କୋହଲି ଓ ଜାଡେଜା ସଫଳ ହୋଇଥିଲେ । କୋହଲି ନିଜ ଶତକକୁ ଅତିଶୀଘ୍ର ଦ୍ୱିଶତକରେ ପରିଣତ କରିଥିଲେ । କୋହଲିଙ୍କ ଏହା ଥିଲା ସପ୍ତମ ଦ୍ୱିଶତକ । ସେପଟେ ଜାଡେଜା ତାଙ୍କ ଚିରାଚରିତ ଶୈଳୀରେ ଛକା, ଚୌକା ବର୍ଷା କରି ଅର୍ଦ୍ଧଶତକ ପୂରଣ କରିଥିଲେ । କୋହଲି ଓ ଜାଡେଜା ମାତ୍ର ୩୯.୧ ଓଭରରେ ୨୨୫ ରନ୍‌ ଉଠାଇଥିବା ବେଳେ ଭାରତ ୬୦୦ ରନ୍‌ ଟପିଥିଲା । ଜାଡେଜା ନିଜ ପ୍ରଥମ ଶତକରୁ ୯ ରନ୍‌ ଦୂରରେ ଥିବାବେଳେ ମୁଥୁସ୍ୱାମୀଙ୍କ ବଲ୍‌ରେ ଏକ ବଡ଼ ସଟ୍‌ ଖେଳିବାକୁ ଯାଇ ଆଉଟ୍‌ ହୋଇଯାଇଥିଲେ । ଜାଡେଜାଙ୍କ ୱିକେଟ୍‌ ହରାଇବା ପରେ କୋହଲି ଭାରତୀୟ ପାଳି ଘୋଷଣା କରିଥିଲେ । ଜାଡେଜା ୧୦୪ ବଲ୍‌ରେ ୮ଟି ଚୌକା ଓ ୨ଟି ଛକା ସହ ୯୧ ରନ୍‌ କରିଥିଲେ ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍‌: ୬୦୧/୫ ଘୋଷିତ (କୋହଲି ୨୫୪*, ମୟଙ୍କ ୧୦୮, ଜାଡେଜା ୯୧, ରାହାଣେ ୫୯, ପୂଜାରା ୫୮, ରବାଡା ୯୩/୩, ମୁଥୁସ୍ୱାମୀ ୯୭/୧ ) ।
ଦ.ଆଫ୍ରିକା ପ୍ରଥମ ଇନିଂସ୍‌: ୩୬/୩ (ଡି’ବ୍ରୁଇନ୍‌ ୨୦*, ଏଲ୍‌ଗାର ୬, ଯାଦବ ୧୬/୨, ସାମି ୩/୧ ) ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାବଳୀପୁରମରେ ମୋଦି-ଜିନପିଙ୍ଗ

ମହାବଳୀପୁରମରେ ମୋଦି-ଜିନପିଙ୍ଗ

Read More...

ଜିନପିଙ୍ଗଙ୍କୁ ବିରୋଧ କରୁଥିବା ତି³ତୀୟଙ୍କୁ ହେପାଜତକୁ ନେଲା ପୁଲିସ୍‌

ଜିନପିଙ୍ଗଙ୍କୁ ବିରୋଧ କରୁଥିବା ତି³ତୀୟଙ୍କୁ ହେପାଜତକୁ ନେଲା ପୁଲିସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page