ମହାବଳୀପୁରମରେ ମୋଦି-ଜିନପିଙ୍ଗ

October 12, 2019, ଦେଶ, , Anupambharat News Bureau


ମହାବଳୀପୁରମରେ ମୋଦି-ଜିନପିଙ୍ଗ
Anupambharat News Bureau
October 12, 2019

ଚେନ୍ନାଇ, ୧୧ା୧୦: ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ଜିପନିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଚେନ୍ନାଇ ନିକଟସ୍ଥ ମହାବଳୀପୁରମରେ ଭେଟ ସାକ୍ଷାତ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡ଼ୁର ପାରମ୍ପରିକ ପୋଷାକ ଧୋତି ଓ ଧଳା ରଙ୍ଗର ସାର୍ଟ ପିନ୍ଧି ଚୀନ ରାଷ୍ଟ୍ରପତି ଜିପନିଙ୍ଗଙ୍କୁ ଅର୍ଜୁନଙ୍କ ତପସ୍ୟା ସ୍ଥଳରେ କରମର୍ଦ୍ଧନ କରି ସ୍ୱାଗତ କରିଥିଲେ । ଅତିଥି ଦେବ ଭବଃକୁ ଚରିତାର୍ଥ କରିବା ପାଇଁ ମୋଦି ଚୀନ ରାଷ୍ଟ୍ରପତିଙ୍କୁ ଅର୍ଜୁନଙ୍କ ତପସ୍ୟା ସ୍ଥଳ ସମ୍ପର୍କରେ ଉଲ୍ଳେଖ କରିଥିଲେ । ଏହାପରେ ପଞ୍ଚ ରଥ ଏବଂ ଶୋର ମନ୍ଦିର ବୁଲିଥିଲେ । ମୋଦି ଏହି ଅବସରରେ ଜିପନିଙ୍ଗଙ୍କୁ ଏହି ଐତିହ୍ୟ ସବୁର ମହ‰ ଏବଂ ଚାଇନା ସହ ଏସବୁର ସମ୍ପର୍କ ବାବଦରେ ବୁଝାଇଥିଲେ । ମନ୍ଦିର ପ୍ରାଙ୍ଗଣରେ ବୁଲାବୁଲି ପରେ ଚୀନ ରାଷ୍ଟ୍ରପତିଙ୍କ ସ୍ୱାଗତରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଭୟ ବସି ଉପଭୋଗ କରିଥିଲେ । ବିଶିଷ୍ଟ ନୃତ୍ୟଶିଳ୍ପୀ ରୁକ୍ମିଣୀ ଦେବୀ ଅରୁଣ୍ଡାଲେଙ୍କ ଦ୍ୱାରା ୧୯୩୬ ମସିହାରେ ସ୍ଥାପିତ କଳାକ୍ଷେତ୍ର ଗ୍ରୁପ୍‌ ଦ୍ୱାରା ଏହି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଐତିହ୍ୟ ସ୍ଥଳ ଶୋର ମନ୍ଦିରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମୋଦି ନାଚିଆରକୋଲି ନାମକ ଏକ ଦୀପ ଏବଂ ସରସ୍‌ସ୍ୱତୀଙ୍କ ଚିତ୍ର ଥିବା ତାଞ୍ଜାଭୌର ପେଣ୍ଟିଂ ଜିଜପିଙ୍ଗଙ୍କୁ ଉପହାର ଦେଇଥିଲେ । ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୋଦି ଜିନପିଙ୍ଗଙ୍କ ପାଇଁ ରାତ୍ରଭୋଜନର ମଧ୍ୟ ଆୟୋଜନ କରିଥିଲେ । ଏଥିରେ ଦକ୍ଷିଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ସମ୍ବର ପରଶା ଯାଇଥିଲା । ଆଜି ଉଭୟ ଏଭଳି ଭାବେ ଏକାଠି ୬ ଘଣ୍ଟା ଅତିବାହିତ
କରିଥିଲେ । ଆସନ୍ତାକାଲି ଉଭୟଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ଆୟୋଜିତ ହେବାର ଅଛି । ଫିଶରମ୍ୟାନ୍ସ୍‌ କେଭ୍‌ ରିସୋର୍ଟଠାରେ ଏହି ୪୦ ମିନିଟ ବୈଠକ ଆୟୋଜିତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

Read More...

ଭାରତ ପାଇଁ ବିରାଟ ଦିନ

ଭାରତ ପାଇଁ ବିରାଟ ଦିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page