ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ବ୍ୟାନ୍‌

May 14, 2019, ବିଦେଶ, , Anupambharat News Bureau


ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ବ୍ୟାନ୍‌
Anupambharat News Bureau
May 14, 2019

କଲମ୍ବୋ: ଇଷ୍ଟର୍‌ ରବିବାର ସିରିଜ୍‌ ବୋମା ବିସ୍ପୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କାରେ ସାଂପ୍ରଦାୟିକ ଉତ୍ତେଜନା ଓ ହିଂସା ବିବାରେ ଲାଗିଛି । ଦେଶରେ ବସବାସ କରୁଥିବା ମୁସଲିମ୍‌ ସଂପ୍ରଦାୟ ଏବଂ ସେମାନଙ୍କ ଧର୍ମପୀଠ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଅସ୍ଥାୟୀ ଭାବେ ଆଜି ଦେଶରେ ସୋସିଆଲ୍‌ ମିଡିଆ ନେଟୱର୍କ ଏବଂ ମେସେଜିଂ ଆପ୍‌କୁ ବ୍ୟାନ୍‌ କରିଛନ୍ତି । ଫେସ୍‌ବୁକ୍‌ରେ ଏବେ ଏକାଧିକ ଘୃଣା ଉଦ୍ରେକକାରୀ ମୁସଲିମ୍‌ ବିରୋଧୀ ମନ୍ତବ୍ୟ ମାନ ପ୍ରକାଶ ପାଇବାରେ ଲାଗିଛି । ଏହାକୁ କେନ୍ଦ୍ର କରି ରବିବାର ମୁସଲିମ୍‌ଙ୍କ ମାଲିକାନାରେ ଥିବା ଦୋକାନ ଓ ମସଜିଦ୍‌ ଉପରେ ଟେକା ପଥର ମାଡ଼ ହୋଇଥିଲା । ଏହାପରେ ଚିଲାୱ ସହରରେ ମଧ୍ୟ ଜଣେ ମୁସଲିମ୍‌ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ୩୮ ବର୍ଷୀୟ ଅବଦୁଲ ହମିଦ ମହମ୍ମଦ ହାସମାର ପ୍ରଥମେ ଫେସବୁକ୍‌ରେ ଏକ ମନ୍ତବ୍ୟ ଦେଇଥିଲେ । ସେ ଲେଖିଥିଲେ ଯେ, ‘ଗୋଟିଏ ଦିନ ତୁମମାନେ କାନ୍ଦିବ ’ । ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ । ଏଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି । ସୋସିଆଲ୍‌ ମିଡିଆରେ ହେଉଥିବା ଅପପ୍ରଚାର ଉପରେ ରୋକ୍‌ ଲଗାଇବା ପାଇଁ ଶ୍ରୀଲଙ୍କା ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

Read More...

ଚୀନ୍‌ ନିର୍ମାଣ କଲା ଅତ୍ୟାଧୁନିକ କ୍ୟାମେରା

ଚୀନ୍‌ ନିର୍ମାଣ କଲା ଅତ୍ୟାଧୁନିକ କ୍ୟାମେରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page