ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

October 12, 2019, ବିଦେଶ, , Anupambharat News Bureau


ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ
Anupambharat News Bureau
October 12, 2019

କହୋମ୍‌,୧୧ା୧୦ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଳୀଙ୍କୁ ୨୦୧୯ର ଶାନ୍ତି ପାଇଁ ନୋବେଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତିି । ଇରିଟ୍ରିୟା ସହ ଶାନ୍ତି ପ୍ରତିଷ୍ଠା ଲାଗି ତାଙ୍କର ଉଲ୍ଳେଖନୀୟ ଅବଦାନ ରହିଥିବାରୁ ଚଳିତ ବର୍ଷର ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଛି । ଇଥିଓପିଆ ଏବଂ ଇରିଟ୍ରିୟା ମଧ୍ୟରେ ଦୀର୍ଘ ବର୍ଷ ଧରି ଶତ୍ରୁତା ରହିଥିଲା । ଉଭୟ ଦେଶ ମଧ୍ୟରେ ୧୯୯୮ରୁ ୨୦୦ ପର୍ଯ୍ୟନ୍ତ ସୀମାକୁ ନେଇ ଯୁଦ୍ଧ ଲାଗି ରହିଥିଲା । ଗତ ଜୁଲାଇ ୨୦୧୮ରେ ସେମାନଙ୍କ ମଧ୍ୟରେ ସମ୍ପର୍କ ପୁର୍ନବାର ସ୍ଥାପିତ ହୋଇଥିଲା । ଶାନ୍ତି ପ୍ରତିଷ୍ଠା ଓ ଆନ୍ତଃରାଷ୍ଟ୍ରୀୟ ସହଯୋଗ ପାଇଁ ଅଲ୍ଲୀଙ୍କ ପ୍ରୟାସ ଏବଂ ମୁଖ୍ୟତଃ ପଡୋଶୀ ଇରିଟ୍ରିୟା ସହ ସୀମା ବିବାଦ ସମାଧାନ କ୍ଷେତ୍ରରେ ଅବି ଅହମ୍ମଦଙ୍କ ନିର୍ଣ୍ଣାୟତ୍ମକ ପଦକ୍ଷେପ ଲାଗି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ନୋବେଲ କମିଟି ପକ୍ଷରୁ କୁହାଯାଇଛି । ଆସନ୍ତା
ଡିସେମ୍ବର ୧୦ ତାରିଖରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପ୍ରକାଶ ଥାଉକି କ୍ଷମତାକୁ ଆସିବା ପରେ ଅଲ୍ଳୀ ମହିଳାଙ୍କୁ ରାଜନୀତିରେ ପ୍ରବଶେ କରିବାକୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ସେ ପ୍ରଥମେ ସ୍ପଷ୍ଟ କରିଥିଲେ ଯେ, ଇରିଟ୍ରିୟା ସହ ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

Read More...

ମହାବଳୀପୁରମରେ ମୋଦି-ଜିନପିଙ୍ଗ

ମହାବଳୀପୁରମରେ ମୋଦି-ଜିନପିଙ୍ଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page