ଆନନ୍ଦପୁର,୧୪ା୧୦ (ଅନୁପମ ମିଡ଼ିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ୨ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା ନେଇ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଖବରନୋବରୁ ଜଣାଯାଏ ଘସିପୁରା ବ୍ଲକର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଘଟଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା ଅଳତି ଓ ବାନ୍ଧଗୋଡ଼ା ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବୀରବର ନାୟକ ଓ ଗୋହିରା ବୀରଗୋବିନ୍ଦପୁର ଦାୟିତ୍ୱରେ ଥିବା ରତିକାନ୍ତ ମହାନ୍ତଙ୍କୁ ନିର୍ଦ୍ଧାରିତ ସମୟସୀମାରେ ଧାର୍ଯ୍ୟଲକ୍ଷ୍ୟ ପୁରଣ ନକରିବା ଓ ଅନିୟମିତତା ଆଧାରରେ ଜିଲ୍ଲାପାଳ ନିଲମ୍ବନ କରିଥିବାର ଜଣାଯାଇଛି ।