ସ୍ମିତାରାଣୀଙ୍କ ମୃତୁ୍ୟକୁ ନେଇ ବିଜେପିର ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

October 21, 2019, ଓଡ଼ିଶା, , Anupambharat News Bureau


ସ୍ମିତାରାଣୀଙ୍କ ମୃତୁ୍ୟକୁ ନେଇ ବିଜେପିର ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ
Anupambharat News Bureau
October 21, 2019

ଧର୍ମଶାଳା/ବରୀ/ ବ୍ୟାସନଗର, ୨୧ା୧୦(ଅନୁପମ ମିଡ଼ିଆ): ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ପାଇଁ ପ୍ରଶାସନର କାର୍ଯ୍ୟାବଳିକୁ ଦାୟୀ କରି ସୋମବାରଦିନ ୧୨ ଘଣ୍ଟିଆ ବିଜେପି ତରଫରୁ ଯାଜପୁର ଜିଲା ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ଡାକରାରେ ଧର୍ମଶାଳା ବ୍ଲକରେ ଲୋକମାନେ ସ୍ୱତପୂତ୍ତ ଭାବେ ସମର୍ଥନ ଜଣାଇ ସଫଳ କରିଥିଲେ । ଧର୍ମଶାଳା ବ୍ଲକରେ ସମସ୍ତ ସରକାରୀ କାର୍ଯ୍ୟାଳୟ ,ବ୍ୟାଙ୍କ,ସ୍କୁଲ,କଲେଜ ଓ ଦୋକାନ ବଜାର ବନ୍ଦ ରହିଥିଲା । ପୋଲିସ ବିଜେପି ର ୮ଜଣ କର୍ମୀଙ୍କୁ ଅଟକ ରଖି ପରେ ଛାଡିଦେଇଥିଲା । ଯାଜପୁର ଜିଲା ବିଜେପି ସଭାପତି ଗୈାତମ ରାୟଙ୍କ ଆହ୍ୱାନ କ୍ରମେ ଆଜି ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ରମେଶ ପରିଡା ,ମହେନ୍ଦ୍ର ପଣ୍ଡା,ଚୈତନ୍ୟ ସାମଲ,ରମେଶ ବେହେରା, ସୀତାକାନ୍ତ ଶତପଥୀ,ଚନ୍ଦ୍ରମଣି ପଣ୍ଡିତ,ଦେବୀ ପ୍ରସନ୍ନ ଦାଶ,ଶରତ ଓଝା,ନିରnନ ବେହେରା,ଣଘୁନାଥ ବେହେରା,ମନୋଜ ରାଉଲ,ପାର୍ବତୀ ବେହେରା,ସାବିତ୍ରୀ ସାହୁ ପ୍ରମୁଖ ଶତାଧିକ ବିଜେପି ଛାମୁଆ କର୍ମୀ ମାନେ ସକାଳ ୬ଟା ସମୟରେ ଏକ ମଟରସାଇକେଲ ରାଲି କରି ବଜାର ପରିକ୍ରମା ସହିତ ୧୬ ନଂ ଜାତୀୟ ରାଜପଥକୁ ଜାରକା ଛକଠାରେ ବନ୍ଦ କରି ବିଭିନ୍ନ ନାରାବାଜି କରିବା ସହ ଘଟଣାର ସିବିଆଇ ତଦନ୍ତ ପାଇ ଦାବି କରିଥିଲେ । ବନ୍ଦ ଫଳରେ ଉଭୟ ପାଶ୍ୱର୍ରେ ଶହଶହ ଗାଡି ଅଟକି ରହିଥିଲା । ଦୀର୍ଘ ୩ଘଣ୍ଟା ପରେ ଧର୍ମଶାଳା ପୋଲିସର ହସ୍ତକ୍ଷେପ ଫଳରେ ବିଜେପି କର୍ମୀ ମାନେ ରାସ୍ତାରୋକରୁ ଓହରିଥିଲେ । ପରେ ୧୬ନମ୍ବର ଜାତୀୟ ରାଜପଥରେ ସ୍ୱଭାବିକଭାବେ ଗାଡି ଚଳାଚଳ ହୋଇଥିଲା ।ଏହି ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଥିଲା ବେଳେ ସ୍ମିତାରାଣୀଙ୍କ ମୃତୁ୍ୟକୁ ନେଇ ପୋଲିସ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି ଏସୟୁସିଆଇ (କମୁନିଷ୍ଟ) ଧର୍ମଶାଳା ଶାଖା ପକ୍ଷରୁ ଜାରକା ବଜାରରେ ଏକ ଶୋଭା ଯାତ୍ରା କରାଯାଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ପୋଲିସ ଓ ପ୍ରଶାସନର ଅବହେଳା ଜିଲା ଏସପିଙ୍କ ଗଣମାଧ୍ୟମ ସମ୍ମିଳନୀ ସୂଚନାକୁ ଦୃଢ ନିନ୍ଦା କରାଯାଇଥିଲା । ଜାରକା ଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ କମ୍ରେଡ ଚୈତନ୍ୟ ମହାରଣା,ମଧୁସ୍ମିତା ସାହୁ,ଉଦୟ ବେହେରା, ଦମୟନ୍ତି ମୁଦୁଲୀ,ବିଚିତ୍ରାନନ୍ଦ ଦାସ,ପ୍ରଶାନ୍ତ ସ୍ୱାଇଁ,ମଧୁସୁଦନ ସେଠୀ,କବି ସେଠୀ,ସସ୍ମିତା ସାହୁ,ସnୁକ୍ତା ସାହୁ,ପ୍ରଭାତୀ ମଲ୍ଲିକ ପ୍ରମୁଖ ପିଇଓ ସ୍ମିତାରାଣୀଙ୍କ ମୃତୁ୍ୟକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ପ୍ରକାଶ କରିବା ସହ କ୍ଷୋଭ ପ୍ରକାଶ କରିଥିଲେ । ଏହି ମାମଲାକୁ ନେଇ ବରୀ ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ଶାନ୍ତି ଶୃଙ୍କଳା ସହିତ ସଫଳ ହୋଇଯାଇଛି । ବରୀ ବିଜେପି ନେତା ବିଶ୍ୱ ରଂଜନ ମଲ୍ଲିକଙ୍କ ନେତୃତ୍ୱରେ ସରପଂଚ,ସମିତି ସଭ୍ୟ/ସଭ୍ୟା ଓ ଦଳୀୟ କମୀ ସକାଳ ୬ ଟାରୁ ବରୀ ମାଉଣ୍ଡ ଟ୍ରେକରଷ୍ଟାଣ୍ଡ ନିକଟ ରାସ୍ତା ଉପରେ ଟାୟାର ଜାଳି ବସି ରହିଥିଲେ । ସ୍କୁଲ,କଲେଜ,ତହସିଲ,ବ୍ଲକ,ଦୋକାନ ,ବଜାର, ବ୍ୟାଙ୍କ ବନ୍ଦ ରହିଥିଲା । ଜରୁରୀକାଳିନ ସେବା ଆମ୍ବୁଲାନ୍ସ ,୧୦୮ କୁ ଛାଡି ଅନ୍ୟ ଗାଡି ମଟର ଚଳାଚଳ ବନ୍ଦ ରହିଥିଲା ।
ଯାଜପୁର ପୋଲିସର ଟାଳଟୁଳ ନୀତି ଓ ଶାସକ ଦଳର ହାତ ବାରିସ ସାଜି ଏହାକୁ ଆତ୍ମହତ୍ୟା ଘଟଣାର ରୁପ ଦେଉଥିବାରୁ ଯାଜପୁର ବିଜେପି ଦଳ ତରଫରୁ ଏହାକୁ ତିବ୍ର ନିନ୍ଦା କରାଯାଇଛି । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ସ୍ମିତାରାଣୀ ହତ୍ୟାର ସତ୍ୟାସତ୍ୟ ପାଇଁ ସିବିଆଇ ତଦନ୍ତ କରି ତାଙ୍କ ପରିବାରକୁ ନ୍ୟାୟ ଓ ହତ୍ୟା କାରୀଙ୍କୁ କଠୋର ଦଣ୍ଡାଦେଶ ରେ ଦଣ୍ଡିତ କରିବା ପାଇଁ ଦାବୀ କରାଯାଇଛି । ସେହିପରି ବରୀ ବିଧାୟିକାଙ୍କ ସ୍ୱାମୀଦେବେନ୍ଦ୍ର ଦାସ ଓ ତାଙ୍କ ୨ ସହଯୋଗୀ ବରୀ ରାମଚନ୍ଦ୍ରପୁର ଥାନା ରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ହତ୍ୟା ଧମକ ଓ ଜାତିଆନା ମନ୍ତବ୍ୟ ଦେବା ଓ ୨ ଦିନ ପରେ ବରୀ ପୋଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ଉପରେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯିବା ଘଟଣାକୁ ସର୍ବସାଧାରଣରେ ତୀବ୍ର ନିନ୍ଦା କରିଥିଲେ । ହୋମଗାର୍ଡ ରଂଜନ ଉପରେ ଲାଗିଥିବା ମିଥ୍ୟା ଆରୋପକୁ ପ୍ରତ୍ୟାହରା କରି ଧମକ ଦେଇଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ।ଏହି ବନ୍ଦ ଡାକରାରେ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଂଜ ,୨୪ ନମ୍ବର ଜିଲ୍ଲାପରିଷଦ ସଭ୍ୟା ରଂଜିତା ସାମଲ,ରମ୍ପା ସରପଂଚ ବିଜୟ କିଶୋର ସାହାଣି,ଅରଙ୍ଗାବାଦ୍‌ ସରପଂଚ ଶ୍ରୀଧଳ ଧଳ , ଭଁଅରା ସରପଂଚ ସୁଶାନ୍ତ ମଲ୍ଲିକ,ଅଲିପୁର ସରପଂଚ ବିରେନ୍ଦ୍ର ମିଶ୍ର,ଉଦୟନାଥପୁର ସରପଂଚ ସବିତା ସାମଲ,ବରୀ ସରପଂଚ ରମାକାନ୍ତ ମଲ୍ଲିକ,ବୋଦୁଅ ସରପଂଚ ଅର୍ଚ୍ଚନା ମଲ୍ଲିକ, ସମିତି ସଭ୍ୟ ଅକୁଂର ମଲ୍ଲିକ, ସମିତି ସଭ୍ୟ ପ୍ରଫୁଲ୍ଲ ସାମଲ ,ସମିତି ସଭ୍ୟା ବିଜୟାଲକ୍ଷ୍ମୀ ସେଠୀ. ପୂର୍ବତନ ବରୀ ବ୍ଲକ ଉପାଧ୍ୟକ୍ଷ ହେମନ୍ତ ମହାପ୍ତାତ୍ର, ପ୍ରାକ୍ତନ ସରପଂଚ ବିଶ୍ୱନାଥ ନାୟକ, ପ୍ରାକ୍ତନ ସମିତି ସଭ୍ୟ ସୁଲଭ ବେଉରିଆ,ପ୍ରାକ୍ତନ ସମିତି ସଭ୍ୟ ଅଭିରାମ ଧଳ, ମୁକୁନ୍ଦ ସାମଲ, ଅଟିରା ସରପଂଚ ରିନାରାଣୀ ଧଳ, ଦିଲ୍ଲିପ ମହାନ୍ତି , ଭରତ ସେଠୀ, କେଦାର ସେଠୀ, ପ୍ରଶାନ୍ତ ଦାସ, ମହେଶ୍ୱର ବେହେରା,ଅରଣ କୁମାର ମହାନ୍ତି, ରଘୁନାଥ ବେହେରା,ଦୁଯ୍ୟୋଧନ ଜେନା,ଅରଙ୍ଗାବାଦ୍‌ ପା୍ରକ୍ତନ ସରପଂଚ ରଘୁନାଥ ଜେନ ସମେତ ବହୁ ଦଳିୟ କର୍ମୀ ବନ୍ଦରେ ସାମିଲ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତକୁ ଆଖି ଆଗରେ ନଜର ରଖି ଏକ ପ୍ଲାଟୁନ ଫୋର୍ସ ସହିତ ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ବରୀ ମାଉଣ୍ଡ ମୁଖ୍ୟ ବଜାରରେ ଉପସ୍ଥିତ ରହି କଡା ନଜର ରଖିଥିଲେ । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଭାଜାପା ଯାଜପୁର ଜିଲ୍ଲାକୁ ବନ୍ଦ ଡାକରା ଦେଇ ଥିବା ବେଳେ ଆଜି ସକାଳ ୭ ଘଟିକା ସମୟରେ ଗୋପବନ୍ଧୁ ଛକ ଠାରେ ରାସ୍ତା ରୋକ କରଯାଇଥିଲା । ଏଥିରେ ବ୍ୟାସଦେବ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ ନେତୃତ୍ୱ ନେଇଥିଲେ । ଦିନ ୧୦ ଘଟିକା ସମୟରେ ସମସ୍ତ ବ୍ୟାଙ୍କ, ବ୍ୟବସାୟ ପ୍ରତିଷ୍ଠାନ, ତହସିଲ ଓ ସ୍କୁଲ କଲେଜ ଆଦି ବନ୍ଦ କରାଯାଇଥିଲା, ବ୍ୟାସନଗର ସହର ବନ୍ଦ ପାଳନ କରୁଥିବା ବେଳେ ବ୍ୟାସନଗର ପୌର ପରିଷଦରେ ଜନ ଶୁଣାଣିକୁ ବିଜେ ପି ବ୍ୟାସଦେବ ମଣ୍ଡଳ ବିରୋଧ । ଏହାକୁ ନେଇ ଯାଜପୁର ରୋଡ ଥାନାଧିକାରୀ ଅନିଲ ମହାନ୍ତି ବି ଜେ ପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲେଛ ଏହି ଗିରଫରେ ବ୍ୟାସଦେବ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ, ଯାଜପୁର ଜିଲ୍ଲା ଯୁବ ମୋର୍ଚା ସଭାପତି ଅଲେକଜଛଣ୍ଡର ଦାସ, ବରିଷ୍ଠ ନେତା ଚନ୍ଦ୍ରଶେଖର ପଣ୍ଡା ଓ ପୂର୍ବତନ ମଣ୍ଡଳ ସଭାପତି ବିଜୟ କୁମାର ପଣ୍ଡା, ବ୍ୟାସଦେବ ନଗର ମଣ୍ଡଳ ଉପ ସଭାପତି ସରୋଜ ଦେ, ସାଧାରଣ ସମ୍ପାଦକ ଅରୁଣ ଦାସ, ମନୋଜ ଦାସ, ଅନନ୍ତ ଚନ୍ଦ୍ର କର, ଦୀପକ କୁମାର ଦାଶ(ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଯାଜପୁର) , ସତ୍ୟଜିତ ଶତପଥୀ (ଅଧିବକ୍ତା ଯାଜପୁର ଜିଲ୍ଲା ସହ ସମ୍ପାଦକ ) ତରୁଣ କୁମାର ଦାସ, ଓ କୃଷକ ମୋର୍ଚା ସଭାପତି ମୋହନ ଲାଲ ସାହୁଙ୍କୁ ଯାଜପୁର ରୋଡ ଥାନାରେ ଦିନ ଘ.୩.୦୦ ପର୍ଯ୍ୟନ୍ତ ଅଟକ ରଖି ପିଆର ବଣ୍ଡରେ ଛାଡି ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉପ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ କରିଥିଲେ ମୋଦି

ଉପ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ କରିଥିଲେ ମୋଦି

Read More...

 କେନ୍ଦୁଝର ରିଜର୍ଭ ପଡିଆଠାରେ ୬୦ତମ ପୋଲିସ ସହିଦ୍‌ ଦିବସ

କେନ୍ଦୁଝର ରିଜର୍ଭ ପଡିଆଠାରେ ୬୦ତମ ପୋଲିସ ସହିଦ୍‌ ଦିବସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page