ଉପ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ କରିଥିଲେ ମୋଦି

October 21, 2019, ଓଡ଼ିଶା, , Anupambharat News Bureau


ଉପ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ କରିଥିଲେ ମୋଦି
Anupambharat News Bureau
October 21, 2019

ମୁମ୍ବାଇ: ଆଜି ଦେଶରେ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନସଭା କ୍ଷେତ୍ର ଏବଂ ୨ଟି ଲୋକସଭା ଆସନର ଉପ ନିର୍ବାଚନ ପାଇଁ ଭୋଟିଂ ଚାଲିଛି । ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ୯୬,୬୬୧ ପୋଲିଂ ବୁଥ୍‌ରେ ଭୋଟିଂ ଚାଲିଛି ।
୨୩୫ ମହିଳାଙ୍କ ସମେତ ପ୍ରାୟ ୩,୨୩୭ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଉଛନ୍ତି ମହାରାଷ୍ଟ୍ରର ଭୋଟର । ସେହିଭଳି ହରିଆଣାରେ ୮୫ ଲକ୍ଷ ମହିଳା ଏବଂ ୨୫୨ ତୃତୀୟ ଲିଙ୍ଗଙ୍କ ସମେତ ୧.୮୩ କୋଟି ଭୋଟର ୧୯,୫୭୮ ପୋଲିଂ ବୁଥ୍‌ରେ ଭୋଟ୍‌ ଦେଉଛନ୍ତି । ସକାଳ ୭ରୁ ଆରମ୍ଭ ହୋଇଥିବା ଭୋଟ ପ୍ରକ୍ରିୟା ଆଜି ସନ୍ଧ୍ୟା ୬ଟା ଯାଏ ଚାଲିବ । ସବୁ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟ୍‌ ପ୍ରକ୍ରିୟା ଚାଲିଛି ।
ଅନେକ ସିନେ ତାରକା ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି । ନାଗପୁରରେ ରାଷ୍ଟ୍ରୀୟ ସ୍‌ୟଂ ସେବକ ସଙ୍ଘର ପ୍ରମୁଖ ମୋହନ ଭାଗବତ, ନୀତିନ ଗଡ଼କରୀ ମଧ୍ୟ ଭୋଟ ଦେଇଛନ୍ତି । ମହାରାଷ୍ଟ୍ରରେ ସୁରକ୍ଷା ଦାୟିତ୍ୱରେ ୩ ଲକ୍ଷ ଯବାନ ନିୟୋଜିତ ହୋଇଛନ୍ତି । ହରିଆନାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଉଛନ୍ତି ଭୋଟର । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ଭୋଟ ଦେବା ପାଇଁ ଚଣ୍ଡିଗଡରୁ ଟ୍ରେନରେ ଆସି ନିଜ ଗାଁ କରନାଲ ପୁଲିଂ ବୁଥକୁ ସାଇକେଲରେ ଆସିଥିଲେ ଭୋଟ ଦେବା ପାଇଁ । ଏଥିସହ ସମସ୍ତଙ୍କୁ ଭୋଟପର୍ବରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି ।
ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବିଜେପି ୭୫ଟି ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍‌ କରି ଦୁଇ ରାଜ୍ୟର ବିଧାନସଭା ଆସନ ଏବଂ ୧୮ଟି ରାଜ୍ୟରେ ହେଉଥିବା ଉପ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ କରିଛନ୍ତି ।
ସୋମବାର ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନରେ ବୃହତ ସଫଳତା ପରେ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଏଠାରେ କ୍ଷମତା ବଜାୟ ରଖିବାର ଅଙ୍କ କଷିଛନ୍ତି । ଅନ୍ୟପକ୍ଷରେ ସତ୍ତା ବିରୋଧୀ ସ୍ୱରରୁ ଭୋଟରେ ରୁଟି ସେକିବାକୁ ସମସ୍ତ ପ୍ରୟାସ କରିଛନ୍ତି କଂଗ୍ରେସ ଓ ଏନ୍ସିପି ପରି ବିରୋଧୀ ଦଳ । ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନ ସଭା କ୍ଷେତ୍ର ଏବଂ ୨ଟି ଲୋକସଭା କ୍ଷେତ୍ରରେ ମଧ୍ୟ ଉପ ନିର୍ବାଚନ ହେବାର ଅଛି । ମହାରାଷ୍ଟ୍ରରରେ ୨ ମହାମେଣ୍ଟ ‘ମହାୟୁତି’ ଏବଂ ‘ମହା-ଅଗାଧି’ ମଧ୍ୟରେ ଲେଇ ହେବ । ପାରମ୍ପରିକ ମେଣ୍ଟ ସହଯୋଗୀ ବିଜେପି ଓ ଶିବସେନା ସହ ବେଶ କିଛି ଛୋଟ ଦଳ ‘ମହାୟୁତି’ ମେଣ୍ଟରେ ଅଛନ୍ତି । ଏତଦ୍ୱ୍ୟତୀତ ‘ମହା-ଅଗାଧି’ରେ କଂଗ୍ରେସ ଓ ଏନ୍ସିପି ଆଦି ଦଳ ଅଛନ୍ତି । ୪,୨୮,୪୩,୬୩୫ ମହିଳାଙ୍କ ସମେତ ମୋଟ ୮,୯୮,୩୯,୬୦୦ ଲୋକଙ୍କୁ କେଉଁ ସରକାର ପ୍ରତିନିଧିତ୍ୱ କରିବ ତାକୁ ନେଇ ରାଜନୀତିକ ବିଶ୍ଲେଷକ ମାନେ ମଧ୍ୟ ହିସାବ କରିବା ଆରମ୍ଭ କରିସାରିଛନ୍ତି । ଏହି ନିର୍ବାଚନରେ ୨୮୮ ଆସନ ପାଇଁ ୯୬,୬୬୧ ପୋଲିଂ ବୁଥ୍‌ରେ ୨୩୫ ମହିଳାଙ୍କ ସମେତ ପ୍ରାୟ ୩,୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ଭିତରେ ଫ୍ରିଜ୍‌ ହେବ । ସେହିଭଳି ହରିଆଣାରେ ୮୫ ଲକ୍ଷ ମହିଳା ଏବଂ ୨୫୨ ତୃତୀୟ ଲିଙ୍ଗଙ୍କ ସମେତ ୧.୮୩ କୋଟି ଭୋଟର ୧୯,୫୭୮ ପୋଲିଂ ବୁଥ୍‌ରେ ଭୋଟ୍‌ ଦେବେ ।
ଆସନ୍ତା ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ହେବ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମହାରାଷ୍ଟ୍ରରେ ୩ ଲକ୍ଷ ରାଜ୍ୟ ପୁଲିସ୍‌ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି । ସେହିଭଳି ହରିଆଣାରେ ୭୫ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଅକେଫାବର ୨୪ ତାରିଖରେ ଭୋଟ୍‌ ଗଣନା ହେବାର ଅଛି ।
ଏହି ନିର୍ବାଚନ ପାଇଁ ହାଇ-ଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିଥିଲା । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ବହୁ ବଡ଼ବଡ଼ ନେତା ପ୍ରଚାର କରିଥିଲେ । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଅନ୍ୟ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍‌ କରିବା ସହ ନିଜ ସରକାରର ସଫଳତା ଗାନ କରିଥିଲେ ବିଜେପି ନେତା । ସେହିଭଳି ବିରୋଧୀ କେନ୍ଦ୍ର ସରକାରଙ୍କ ଅର୍ଥନୀତିକ ସ୍ଥିତି ନେଇ ଟାର୍ଗେଟ୍‌ କରିଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପିକ ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ବେକାରୀ ଆଦି ପ୍ରସଙ୍ଗରେ ଟାର୍ଗେଟ୍‌ କରିଥିଲେ । ନୋଟ୍‌ବନ୍ଦି ଏବଂ ଜିଏସଫି ଆଦି ପ୍ରସଙ୍ଗରେ ମଧ୍ୟ ସେ ଟାର୍ଗେଟ୍‌ କରିଥିଲେ ।
ମହାରାଷ୍ଟ୍ରରେ ବିଜେପି ୧୬୪ ଆସନରେ ଏବଂ ଶିବସେନା ୧୨୬ଟି ଆସନରେ ଲଢ଼ୁଛି । ଅନ୍ୟପକ୍ଷରେ କଂଗ୍ରେସ ଓ ଏନ୍ସିପି ଯଥାକ୍ରମେ ୧୪୭ ଓ ୧୨୧ଆସନରେ ଲୁଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ନେତୃତ୍ୱରେ ଲୁଥିବାବେଳେ ପ୍ରଥମ ଥର ପାଇଁ ଠାକ୍‌ରେ ପରିବାରରୁ ଯୁବସେନା ମୁଖ୍ୟ ଆଦିତ୍ୟ ଠାକ୍ରେ ନିର୍ବାଚନ ଲୁଛନ୍ତି ।
ହରିଆଣାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀ ଲୁଛନ୍ତି । ବିଜେପି ୭୫ଟି ଆସନ ହାସଲ କରିବାକୁ ଟାର୍ଗେଟ୍‌ କରିଛି । ଅନ୍ୟପକ୍ଷରେ କଂଗ୍ରେସ ଏଠାରେ କ୍ଷମତା ଦଖଲ କରିବାକୁ ପୁରା ଦମ୍‌ ଲାଗିଦେଇଛି । ବର୍ତ୍ତମାନ ବିଜେପିର ଏଠାରେ ୪୮ ଜଣ ବିଧାୟକ ଅଛନ୍ତି ସହ ଗତ ଲୋକସଭା ନିର୍ବାଚନରେ ୧୦ଟି ଯାକ ଆସନ ଦଖଲ କରିନେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନ ଭାରତକୁ ଡ଼ାକ ସେବା ବନ୍ଦ କରିଛି: ରବି ଶଙ୍କର

ପାକିସ୍ତାନ ଭାରତକୁ ଡ଼ାକ ସେବା ବନ୍ଦ କରିଛି: ରବି ଶଙ୍କର

Read More...

ସ୍ମିତାରାଣୀଙ୍କ ମୃତୁ୍ୟକୁ ନେଇ ବିଜେପିର ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ସ୍ମିତାରାଣୀଙ୍କ ମୃତୁ୍ୟକୁ ନେଇ ବିଜେପିର ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page