ଭଦ୍ରକ ଡିଏସ୍‌ପି ଗୌତମ ମଲ୍ଲିକ ଗିରଫ

November 01, 2019, ଓଡ଼ିଶା, , Anupambharat News Bureau


ଭଦ୍ରକ ଡିଏସ୍‌ପି ଗୌତମ ମଲ୍ଲିକ ଗିରଫ
Anupambharat News Bureau
November 01, 2019

ଭଦ୍ରକ, ୧ା୧୧ (ଅନୁପମ ମିଡ଼ିଆ):ଏକ ଠକେଇ ମାମଲାରେ ଭଦ୍ରକ ଡିଏସ୍‌ପି ଗୌତମ ମଲ୍ଲିକଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଏନ.ବି.ଡବ୍ଲì୍ୟ ବଳରେ ଗିରଫ କରିଛି ଭଦ୍ରକ ପୁଲିସ୍‌ । ଗିରଫ ପରେ ତାଙ୍କୁ ଡିଜି ନିଲମ୍ବିତ କରିଥିବାର ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ୨୦୧୩ ମସିହାରେ ଆନନ୍ଦପୁରର ବାସିନ୍ଦା ରଘୁନନ୍ଦନ ଦେଓଙ୍କ ଠାରୁ ଜମି କରାଇଦେବା କହି ସେ ୨୦ ଲକ୍ଷ ଟଙ୍କା ନେଇଥିଲେ । ଜମି କରାଇନପାରିବାରୁ ସେ ୧୦ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ । ହେଲେ ବାକି ୧୦ ଲକ୍ଷ ଟଙ୍କା ଆଉ ଫେରାଇନଥିଲେ । ଏହି ଘଟଣାକୁ ନେଇ ଆନନ୍ଦପୁରରୁ ଯାଇ ଦିଲ୍ଲୀରେ ରହୁଥିବା ରଘୁନନ୍ଦନ ଗୌତମଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ । ତେବେ ଚେକ୍‌ ବାଉନ୍ସ କେଶ୍‌ରେ କୋର୍ଟର ଅବମାନନା କରିଥିବା ଦର୍ଶାଇ ଦିଲ୍ଲୀ କୋର୍ଟ ଗୌତମଙ୍କ ବିରୁଦ୍ଧରେ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୂଅରୁ ଉଦ୍ଧାର ହେଲା ଚୋରି ହେଇଥିବା ଗରୁଡ଼ ମୂର୍ତ୍ତି

କୂଅରୁ ଉଦ୍ଧାର ହେଲା ଚୋରି ହେଇଥିବା ଗରୁଡ଼ ମୂର୍ତ୍ତି

Read More...

ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page