ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର

November 04, 2019, ଦେଶ, , Anupambharat News Bureau


ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର
Anupambharat News Bureau
November 04, 2019

ପୁଣେ: ସଚ୍ଚୋଟ ପଣିଆରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ୩୦ ନମ୍ବର ସ୍ଥାନରେ ରହିଛି । ହେଲେ ମହାରାଷ୍ଟ୍ରର ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଚ୍ଚୋଟ ପଣିଆକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ମହରାଷ୍ଟ୍ର ସତାରାର ଧନଜୀ ଜଗଦଲେ ଦିପାବଳୀ ଅବସରରେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ସତାରାବାସୀ ଗର୍ବିତ ।
ଦୀପାବଳି ଦିନ ଧନଜୀ ସତାରାର ଦହିବାଡ଼ିକୁ ଆସିଥିଲେ । ଏହି ସମୟରେ କାମ କରି ଘରକୁ ଯିବା ପାଇଁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ହେଲେ ପକେଟରେ ମାତ୍ର ୩ ଟଙ୍କା ଥିଲାୂ । ଏହାପରେ ସେ ବସଷ୍ଟାଣ୍ଡରେ ନଗଦ ୪୦ ହଜାର ଟଙ୍କା ପଡ଼ିଥିବା ଦେଖିବାକୁ ପାଇଥିଲେ । ସେ ନଗଦ ଟଙ୍କାକୁ ଉଠାଇ କାହାର ଏହି ପଇସା ଖୋଜିବାକୁ ଆରମ୍ଭ କରିଥିଲେ । ସେହି ସମୟରେ ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତି ବିଚଳିତ ଅବସ୍ଥାରେ କିଛି ଖୋଜୁଥିବାର ସେ ଦେଖିବାକୁ ପାଇଥିଲେ । ଏହାପରେ ଧନଜୀ ତାଙ୍କୁ ପଚାରିଥିଲେ କ’ଣ ଖୋଜୁଛନ୍ତି? ତା’ ପରେ ସେହି ବ୍ୟକ୍ତି ଜଣଙ୍କ କହିଥିଲେ ତାଙ୍କର ୪୦ ହଜାର ଟଙ୍କା ହଜିଯାଇଛି । ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି । ଅପରେଶନ ପାଇଁ ୪୦ ହଜାର ଟଙ୍କା ଯୋଗାଡ଼ କରି ହସ୍ପିଟାଲକୁ ଯାଉଥିଲେ ।
ହେଲେ କେଉଁଠି ପଡ଼ିଯାଇଛି, ପାଉନାହିଁ । ଏହାପରେ ଧନଜୀ ୪୦ ହଜାର ଟଙ୍କା ସେହି ବ୍ୟକ୍ତିଙ୍କୁ ଫେରସ୍ତ କରି ଦେଇଥିଲେ । ପ୍ରତିବଦଳରେ ସେହି ବ୍ୟକ୍ତି ଧନଜୀଙ୍କୁ ୧ ହଜାର ଟଙ୍କା ଉପହାର ଦେଇଥିଲେ । ହେଲେ ତାଙ୍କ ଘରକୁ ଯିବା ପାଇଁ ୧୦ ଟଙ୍କାର ଆବଶ୍ୟକତା ଥିଲା । ପାଖରେ ୩ ଟଙ୍କା ଥିବାରୁ ସେ ମାତ୍ର ୭ ଟଙ୍କା ତାଙ୍କ ପାଖରୁ ନେଇଥିଲେ । ଧନଜୀ ଜଗଦଲେଙ୍କ ଏଭଳି କାମକୁ ସବୁଠି ପ୍ରଶଂସା କରାଯାଉଛି । ସତାରା ବିଧାୟକ ଶିବେନ୍ଦ୍ରରାଜ ଭୋସଲେ ମଧ୍ୟ ତାଙ୍କ ସଚ୍ଚୋଟପଣିଆକୁ ଭୂରି ଭୂରି ପ୍ରଶଂସା କରିବା ସହିତ ସମ୍ମାନୀତ କରିଛନ୍ତି । ଖାଲି ଏତିକି ନୁହେଁ ୧୦ ଦିନ ମଧ୍ୟରେ ସେ ଅନେକ ସଂଗଠନ ତରଫରୁ ମଧ୍ୟ ସମ୍ମାନୀତ ହୋଇସାରିଛନ୍ତି । ଏହି ସମୟରେ ଅନେକ ତାଙ୍କୁ ଟଙ୍କା ଉପହାର ଦେବାକୁ ଚେଷ୍ଟା କରିଥିଲେ ।
ଧନଜୀ ଗ୍ରହଣ କରିନଥିଲେ । ସେହିପରି ତାଙ୍କ ନିର୍ବାଚନ ମଣ୍ଡଳୀର ରାହୁଲ ବର୍ଗେ ନାମକ ବ୍ୟକ୍ତି ଧନଜୀଙ୍କୁ ୫ ଲକ୍ଷ ଟଙ୍କା ଉପହାର ଦେଇଥିଲେ ଗ୍ରହଣ କରିବା ବଦଳରେ କହିଥିଲେ ଟଙ୍କା ନେଲେ ସଚ୍ଚୋଟପଣିଆର ପ୍ରଚାର ହେବ ନାହିଁ । ସମାଜରେ ସଚ୍ଚୋଟପଣିଆ ବଞ୍ଚି ରହୁ ବୋଲି ସେ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଧନଜୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪୨ ଅଣ୍ଡା ଖାଇବା ପରେ ମରିଗଲେ ଯୁବକ

୪୨ ଅଣ୍ଡା ଖାଇବା ପରେ ମରିଗଲେ ଯୁବକ

Read More...

ଶିଳାନ୍ୟାସ ସ୍ଥଳରେ ମାରପିଟ୍‌, ଥାନାରେ ମାମଲା

ଶିଳାନ୍ୟାସ ସ୍ଥଳରେ ମାରପିଟ୍‌, ଥାନାରେ ମାମଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page