୪୨ ଅଣ୍ଡା ଖାଇବା ପରେ ମରିଗଲେ ଯୁବକ

November 04, 2019, ଦେଶ, , Anupambharat News Bureau


୪୨ ଅଣ୍ଡା ଖାଇବା ପରେ ମରିଗଲେ ଯୁବକ
Anupambharat News Bureau
November 04, 2019

ଲକ୍ଷ୍ନୌ: ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ । ଯିଏ ୫୦ ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ । ଆଉ ଏହି ଟଙ୍କା ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି ଦୁଇ ସାଙ୍ଗଙ୍କ ମଧ୍ୟରେ ସର୍ତ୍ତ ରହିଥିଲା । ହେଲେ ଏହି ବାଜିର ପରିଣାମ କିଛି ଅଲଗା ହୋଇଛି । ଜଣେ ସାଙ୍ଗ ୪୨ ଅଣ୍ଡା ଖାଇବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶର ଜୌନପୁର ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଜୌନପୁରର ବିବିଗଞ୍ଜ ବଜାରରେ ଏହି ଅଭାବନୀୟ ଘଟଣା ଘଟିଛି । ସୁବାଷ ଯାଦବ (୪୨) କାର, ଟ୍ରାକଫର ଚଳାନ୍ତି । ଗତ ଶୁକ୍ରବାର ସନ୍ଧ୍ୟାରେ ସୁବାଷ ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ଅଣ୍ଡା ଖାଇବାକୁ ନେଇ ବାଜି ଲଗାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଅଣ୍ଡା ଖାଇବା ପ୍ରତିଯୋଗିତା । ସୁବାଷ ୪୨ ଅଣ୍ଡା ଖାଇ ସାରିବା ପରେ ଅଚେତ ହୋଇପଡ଼ିଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ବିଳମ୍ବିତ ରାତିରେ ସୁବାଷଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁର କାରଣ ବାବଦରେ ସୂଚନା ମିଳିନାହିଁ । ଅଧିକ ଅଣ୍ଡା ଖାଇବା ପରେ ତାଙ୍କ ଶରୀରରେ ଏହା ବିଷାକ୍ତ ହୋଇଯାଇଥିବ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ସୁବାଷଙ୍କର ନିକଟରେ ଦ୍ୱିତୀୟ ବିବାହ ହୋଇଥିଲା । ଏବେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଗର୍ଭବତୀ ରହିଥିବା ସୂଚନା ରହିଛି । ପ୍ରଥମ ସ୍ତ୍ରୀଙ୍କର ୪ ଝିଅ ଜନ୍ମ ଦେବା ପରେ ପୁଅ ଆଶାରେ ସେ ଚଳିତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଲ୍ଲୀର ମାରାତ୍ମକ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ

ଦିଲ୍ଲୀର ମାରାତ୍ମକ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ

Read More...

ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର

ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page