ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତିଛ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଦିଲ୍ଲୀରେ ଆଜି ମାରାତ୍ମକ ପ୍ରଦୂଷଣ ସୃଷ୍ଟି ହୋଇଛି ।
ଏଥିପାଇଁ ଲୋକମାନେ ତାଙ୍କ ଜୀବନର ମହ‰ପୂର୍ଣ୍ଣ ବର୍ଷ ଗୁଡ଼ିକୁ ହରାଇ ଚାଲିଛନ୍ତି । କ’ଣ ଆପଣ ଏଭଳି ପରିସ୍ଥିତିରେ ରହିପାରିବେ? ଏଭଳି ସ୍ଥିତିରେ ରହିବାକୁ କେବେ ବି କେହି ଚାହିଁବେ ନାହିଁ । ଅଧିକାରୀମାନେ କେବଳ ଲୋକଙ୍କୁ ମରିବା ପାଇଁ ଛାଡ଼ି ଚୁପ ବସି ଯାଇଛନ୍ତି । ଗୋଟିଏ ସଭ୍ୟ ସମାଜରେ ଏଭଳି କେବେ ହେଲେ ଘଟେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି ।
ଜଷ୍ଟିସ୍ ଅରୁଣ ମିଶ୍ର ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ପଞ୍ଜାବ, ହରିଆଣା ଓ େୱଷ୍ଟର୍ଣ୍ଣ ଉତ୍ତର ପ୍ରଦେଶରେ ଚାଲିଥିବା ଧାନର ଅବଶିଷ୍ଟାଂଶ ପୋଡ଼ା ଘଟଣାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ଏଭଳି ଭାବେ ନଡ଼ା ପୋଡ଼ା ଯାଇ ପରିବେଶ ପ୍ରଦୂଷଣ ହେଉଥିଲେ ହେଁ ଏଥିପ୍ରତି କେହି ଭୃକ୍ଷେପ କରୁ ନଥିବା କୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି, ଆମେ କେବେ ହେଲେ ଏହି ବର୍ଦ୍ଧିତ ପ୍ରଦୂଷଣର ସ୍ଥିତିକୁ ସହ୍ୟ କରିବୁ ନାହିଁ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏଥିପାଇଁ ଉତ୍ତରଦାୟୀ ରହିବା ଦରକାରଛ ପ୍ରତିବର୍ଷ ଦିଲ୍ଲୀରେ ବିଷାକ୍ତ ବଳୟ ସୃଷ୍ଟି ହେଉଛି ।
ହେଲେ ଆମେ ଏହାକୁ ରୋକିବା ପାଇଁ କିଛି ବି କରିପାରୁନାହୁଁ । ସଭ୍ୟ ସମାଜରେ ଏମିତି ହୁଏନାହିଁ । ଲୋକମାନେ ଦିଲ୍ଲୀ ଆସ;ୁ ନାହିଁ । ଏଠାରେ ଥିବା ଲୋକମାନେ ଅନ୍ୟତ୍ର ଚାଲି ଯାଆ;ୁ ବୋଲି ପରାମର୍ଶ ଦେଉଛୁ । ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ପ୍ରଦୂଷଣ ମାମଲାରେ କୋର୍ଟଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ଆମିକସ୍ କ୍ୟୁରୀ ଅପରାଜିତା ସିଂହ କହିଛନ୍ତି, ପଞ୍ଜାବରେ ନଡ଼ା ପୋଡ଼ି ଘଟଣା ୭% ବୃଦ୍ଧି ପାଇଥିବା ବେଳେ ହରିଆଣାରେ ୧୭% ହ୍ରାସ ପାଇଛି । ଏହା ଶୁଣି କୋର୍ଟ ଆହୁରି କ୍ଷୁବ୍ଧ ହୋଇଥିଲେ । କୋର୍ଟ କହିଛନ୍ତି, ପ୍ରଦୂଷଣ ଏଭଳି ସ୍ଥରକୁ ଚାଲି ଯାଇଛି ଯେ ଏଠାରେ ଲୋକମାନେ ଘର ମଧ୍ୟରେ ବି ସୁରକ୍ଷିତ ନୁହନ୍ତି ।
ଆପଣମାନେ ସମସ୍ତେ ଲୋକଙ୍କୁ ମରିବା ପାଇଁ ଛାଡ଼ି ଦେଇଛନ୍ତି । ପ୍ରଦୂଷଣ ଯୋଗୁ ଆପଣମାନଙ୍କର ରାଜ୍ୟ(ପଞ୍ଜାବ ଓ ହରିଆଣା)ର ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କ’ଣ ପଞ୍ଜାବ ଓ ହରିଆଣାର ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ଏମିତି ସେବା ଦେଉଛନ୍ତି ।
୪୨ ଅଣ୍ଡା ଖାଇବା ପରେ ମରିଗଲେ ଯୁବକ
Read More...