କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

November 14, 2019, ଦେଶ, , Anupambharat News Bureau


କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌
Anupambharat News Bureau
November 14, 2019

ନୂଆଦିଲ୍ଲୀ,୧୪ା୧୧: ସୁପ୍ରିମକୋର୍ଟ ଗୁରୁବାର ରାଫେଲ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ ଦେବା ସହ ଏହି ପ୍ରସଙ୍ଗର ଆଉ କୌଣସି ଯାଞ୍ଚର ଆବଶ୍ୟକତା ନ ଥିବା କହିଛନ୍ତି । ଫଳରେ ବହୁ ଦିନ ଲାଗି ରହି ଥିବା ବାଦ ବିବାଦର ପରିସମାପ୍ତି ଘଟିଛି । ଅନ୍ୟ ପକ୍ଷରେ ବିଭିନ୍ନ ରାଜନୈତିକ ଦଳଗୁଡିକ ପକ୍ଷରୁ ବିଭିନ୍ନ ସମୟରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଯେଭଳି ଭାବେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଦୋଷାରୋପ କରାଯାଉଥିଲା, ସେଥିରେ ମଧ୍ୟ ଅନ୍ତଃ ଘଟିଛି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ରାଫେଲ ପ୍ରସଙ୍ଗରେ ଅଲଗା ଯାଞ୍ଚର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଯୁକ୍ତି ସଂଗତ ବୋଲି କହିବା ସହ କୋର୍ଟ ଏହି ମାମଲାରେ ଆଉ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ଜରୁରୀ ନୁହେଁ ବୋଲି କହିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ଅଦାଲତଙ୍କୁ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ କରାଯାଇଥିଲା ଓ କେନ୍ଦ୍ର ସରକାର ବନ୍ଦ ଲଫାପା ଭିତରେ ମିଛ ତଥ୍ୟ ଦେଇଥିବା ଆବେଦନକାରୀମାନେ କହିଥିଲେ । ସରକାର ମଧ୍ୟ ୨୦୧୮ ଡିସେମ୍ବର ୧୫ରେ ଆଉଥରେ ନ୍ୟାୟାଳୟରେ ଆବେଦନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଜ୍ରକାପ୍ତା ଉଦ୍ଧାର, ଚାରି ଗିରଫ

ବଜ୍ରକାପ୍ତା ଉଦ୍ଧାର, ଚାରି ଗିରଫ

Read More...

 ଗୃହରେ ‘ସ୍ମୀତାରାଣୀ’ମୃତୁ୍ୟ ଝଡ଼ ହୋଇ ପାରିଲାନି ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ

ଗୃହରେ ‘ସ୍ମୀତାରାଣୀ’ମୃତୁ୍ୟ ଝଡ଼ ହୋଇ ପାରିଲାନି ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page