ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

May 15, 2019, କ୍ରୀଡ଼ା, , Anupambharat News Bureau


ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର
Anupambharat News Bureau
May 15, 2019

ମୁମ୍ବାଇ,୧୪ ।୫: ସିଏଟ୍‌ କ୍ରିକେଟ୍‌ ରେଟିଂ ଅନ୍ତର୍ଜାତୀୟ ପୁରସ୍କାରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । କୋହଲି ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ସହ ୨୦୧୮ ସିଜନ୍‌ର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ପୁରସ୍କୃତ ହୋଇଛନ୍ତି । ତେବେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଦୃଷ୍ଟିରୁ କୋହଲି ଏହି ପୁରସ୍କାର ଉତ୍ସବରେ ଯୋଗ ଦେଇପାରିନଥିଲେ । ଇଂଲଣ୍ଡରେ ମେ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ପ୍ରସ୍ତìତିରେ ବ୍ୟସ୍ତ ଅଛି । ଏହି ମେଗା ଇଭେଣ୍ଟରେ କୋହଲିଙ୍କ ନେତୃତ୍ୱରେ ଭାରତ ନିଜ ଭାଗ୍ୟ ପରୀକ୍ଷା କରିବ ।
ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ମିଳିଛି । ନିଜ ଅନ୍ତର୍ଜାତୀୟ ପଦାର୍ପଣ ପରଠୁ ଭାରତ ଓ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଜଣେ ପ୍ରମୁଖ ସଦସ୍ୟ ପାଲଟିଥିବା ପେସର ଯଶପ୍ରୀତ ବୁମ୍‌ରା ସିଏଟ୍‌ ପୁରସ୍କାରରେ ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି । ସେହିପରି ଟି୨୦ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଆଫଗାନ୍‌ ସ୍ପିନର ରସିଦ ଖାନ୍‌ ଓ ବ୍ୟାଟିଂ ପାଇଁ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ଆରୋନ୍‌ ଫିଞ୍ଚ୍‌ ପୁରସ୍କୃତ ହୋଇଛନ୍ତି ।
ଯୁବ ଉଦୀୟମାନ ଖେଳାଳି ଯଶସ୍ୱୀ ଜୈସୱାଲ ଶ୍ରେଷ୍ଠ ଜୁନିୟର କ୍ରିକେଟର ଭାବେ ବିବେଚିତ ହୋଇଥିବାବେଳେ ସ୍ପିନର କୁଲଦୀପ ଯାଦବଙ୍କୁ ୨୦୧୮ର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ବର୍ଗରେ ପୁରସ୍କାର ମିଳିଛି । ଆଶୁତୋଷ ଅମାନ ଶ୍ରେଷ୍ଠ ଘରୋଇ କ୍ରିକେଟର ଭାବେ ପୁରସ୍କୃତ ହୋଇଥିବାବେଳେ ୧୯୮୩ ବିଶ୍ୱକପ୍‌ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କିମ୍ବଦନ୍ତୀ ଅଲ୍‌ରାଉଣ୍ଡର ମହିନ୍ଦର ଅମରନାଥଙ୍କୁ ସିଏଟ୍‌ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ସେ ଓ ଗାଭାସ୍କର ୫୫ ବର୍ଷ ତଳେ ଏକାଠି ସ୍କୁଲ୍‌ କ୍ରିକେଟ୍‌ ଖେଳିଥିଲେ ।
ପୁରସ୍କାର ଅର୍ଥର ଅଧା ସେ ସେନା କଲ୍ୟାଣ ପାଣ୍ଠିକୁ ପ୍ରଦାନ କରିବେ ବୋଲି ଏହି ଅବସରରେ ଅମରନାଥ ପ୍ରକାଶ କରିଥିଲେ । ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଅନୁଷ୍ଠିତ ସିଏଟ୍‌ ପୁରସ୍କାର ଉତ୍ସବରେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ସମେତ ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ଡିନ୍‌ ଜୋନ୍ସ, ପୂର୍ବତନ ୱିକେଟ୍‌କିପର ସବା କରିମ୍‌ ଓ ଅନ୍ୟ ମାନ୍ୟଗଣ୍ୟ ଖେଳାଳି ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଯୁବତୀଙ୍କୁ ଚୁମ୍ବନ ଦେଇ  ଗିରଫ ହେଲା ପ୍ରେମିକ

ଯୁବତୀଙ୍କୁ ଚୁମ୍ବନ ଦେଇ ଗିରଫ ହେଲା ପ୍ରେମିକ

Read More...

ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page