ରବିବାର ଶପଥ ନେବେ ଉଦ୍ଧବ ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

November 26, 2019, ଦେଶ, , Anupambharat News Bureau


ରବିବାର ଶପଥ ନେବେ ଉଦ୍ଧବ  ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌
Anupambharat News Bureau
November 26, 2019

ମୁମ୍ବାଇ, ୨୬ା୧୧: ଘଡିକେ ଘୋଡ଼ା ଛୁଟୁଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ନାଟକୀୟ ଢ଼ଙ୍ଗରେ ଏନ୍‌ସିପିର ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମାତ୍ର ତିନି ଦିନପରେ ଇସ୍ତଫା ଦେଇଛନ୍ତି । ଏହାପରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମିଳିତ ସରକାର ଗଠନ ପଥ ପରିସ୍କାର ହୋଇଛି । ଏଥିସହିତ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ହେବେ । ଏପରିକି ଆସନ୍ତା ରବିବାର ଉଦ୍ଧବ ଶପଥ ଗ୍ରହଣ କରିବେ ବୋଲି ସୂଚନାରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ରାତାରାତି ଶିବିର ବଦଳାଇ ଉପମୁଖ୍ୟଢ଼ନ୍ତ୍ରୀ ହୋଇଥିବା ଅଜିତ୍‌ ପାୱାର ମଧ୍ୟ ନିଜ ପଦବୀରୁ ଆଜି ଇସ୍ତଫା ଦେଇଛନ୍ତି । ରାଜ୍ୟରେ ନିର୍ବାଚନ ପୂର୍ବରୁ ଗୋଟିଏ ମେଣ୍ଟ, ନିର୍ବାଚନ ପରେ ଅନ୍ୟ ଏକ ମେଣ୍ଟକୁ ନେଇ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି । ରାଜ୍ୟରେ ଗୋଟିଏ ପଟରେ ତିନି ପ୍ରମୁଖ ଦଳ ସରକାର ଗଠନ କରୁଥିବା ବେଳେ କେନ୍ଦ୍ରରେ ଶାସନ କରୁଥିବା ବିଜେପିି ମହାରାଷ୍ଟ୍ରରେ ଏକଦାୟିତ୍ୱବାନ୍‌ ବିରୋଧୀ ଦଳର ଭୂମିକା ନେବ । ଆଜି ମହାରାଷ୍ଟ୍ର ଘଟଣା ନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଆସନ୍ତାକାଲି ହିଁ ଫ୍ଲୋର ଟେଷ୍ଟ୍‌ କରାଯିବାକୁ ବିଜେପି ନେତୃତ୍ୱାଧିନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏହାର ସିଧାପ୍ରସାରଣ ଏବଂ ଗୋପନୀୟ ଭୋଟ ପରିବେର୍ତ୍ତ ଖୋଲା ଭୋଟ କରିବାକୁ ମଧ୍ୟ କୋର୍ଟ ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଥିଲେ । ସୁପ୍ରିମକୋର୍ଟର ରାୟ ଆସିବାର ମାତ୍ର ଘଣ୍ଟାକ ପରେ ଏନ୍‌ସିପି ନେତା ଅଜିତ୍‌ ପାୱାର, ସଂଖ୍ୟାଲଘୁ ଓ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେଇଥିଲେ । ଏହା ପରେ ପରେ ଫଡ୍‌ନାଭିସ୍‌ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ ରାଜ୍ୟପାଳ ଭଗତ ସିଂ କୋସିଆରୀ ବିକଳ୍ପ ପନ୍ଥା ଗ୍ରହଣ ପର୍ଯ୍ୟନ୍ତ କେୟାର ଟେକର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ରାଜ୍ୟପାଳ କହିଛନ୍ତି ଯେ ବୁଧବାର ହିଁ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ରାଜ୍ୟର ନୂତନ ବିଧାନସଭା ପାଇଁ ନିର୍ବାଚିତ ହୋଇଥିବା ୨୮୮ ସଦସ୍ୟଙ୍କୁ କାମଚଳା ବାଚସ୍ପତି ଶପଥ ଗ୍ରହଣ କରାଇବା
ପରେ ଫ୍ଲୋର ଟେଷ୍ଟ ମଧ୍ୟ ପରିଚାଳନା କରାଯିବ ବୋଲି ରାଜ୍ୟପାଳ କହିଥିଲେ । ତେଣୁ ବୁଧବାର ସକାଳ ୮ଟା ବେଳେ ଅଧିବେଶନ ଆରମ୍ଭ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସିଟି ବସ୍‌ଷ୍ଟାଣ୍ଡ୍‌ ପୁନରୁଦ୍ଧାର ଘଟଣା ଯିଏ ଯାହା ଜିଦ୍‌ରେ, ଯାତ୍ରୀ ହଟହଟା

ସିଟି ବସ୍‌ଷ୍ଟାଣ୍ଡ୍‌ ପୁନରୁଦ୍ଧାର ଘଟଣା ଯିଏ ଯାହା ଜିଦ୍‌ରେ, ଯାତ୍ରୀ ହଟହଟା

Read More...

ଖୋଲିବନି ରତ୍ନ ଭଣ୍ଡାର  ଆଇନମନ୍ତ୍ରୀଙ୍କ ସୂଚନା

ଖୋଲିବନି ରତ୍ନ ଭଣ୍ଡାର ଆଇନମନ୍ତ୍ରୀଙ୍କ ସୂଚନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page