ଫକୀରମୋହନ ମେଡ଼ିକାଲ ଅଶାନ୍ତ

May 15, 2019, ଓଡ଼ିଶା, , Anupambharat News Bureau


ଫକୀରମୋହନ ମେଡ଼ିକାଲ ଅଶାନ୍ତ
Anupambharat News Bureau
May 15, 2019

ବାଲେଶ୍ୱର,୧୫ା୫(ଅନୁପମ ମିଡିଆ): ଯେଉଁ ଆନ୍ଦୋଳନ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବେ ସୁପର ସ୍ପେଶ୍ୟାଲିଟି ହସପିଟାଲ ତଥା ମେଡିକାଲ କଲେଜର ମାନ୍ୟତା ମିଳିଥିଲା ମାତ୍ର କର୍ମଚାରୀଙ୍କର ବେପରୁଆ ମନଭାବ ଯୋଗୁଁ ଅଧିକାଂଶ ସମୟରେ ରୋଗୀଙ୍କର ମୃତ୍ୟୁ ଘଟୁଛି । ବିଶେଷ କରି ପ୍ରସୂତି ବିଭାଗରେ ଏ ପ୍ରକାର ଅଘଟଣ ଏକ ରୁଟିନ୍‌ ପାଲଟିଛି । ବାରମ୍ବାର ପ୍ରସୂତି ଓ ଶିଶୁର ମୃତ୍ୟୁ ଯୋଗୁଁ ଡାକ୍ତରଖାନାରେ ମାରପିଟ୍‌ ଓ ଗଣ୍ଡଗୋଳ ଲାଗିରହୁଛି । ବିଶେଷ କରି ପ୍ରସୂତିମାନଙ୍କୁ ଚିକିତ୍ସା ଦେବା ସମୟରେ ଡାକ୍ତରମାନଙ୍କ ପାଇଁ ମୋଟା ଅଙ୍କର ଉତ୍କଚ ମାଗୁଥିବା କିଛି ନର୍ସମାନେ ମଧ୍ୟ ଆକ୍ରୋଶର ଶିକାର ହୋଇ ରୋଗୀଙ୍କ ଆତ୍ମୀୟ ଓ ସାଧାରଣ ଲୋକଙ୍କଠାରୁ ନିୟମିତ ମାଡ ଖାଇବା ଏକ ଧାରାବାହିକ ଘଟଣାରେ ପରିଣତ ହେଲାଣି । ୪ ଦିନ ପୂର୍ବେ ଜଣେ ମହିଳା ଓ ନର୍ସଙ୍କ ଭିତରେ ଲାଞ୍ଚ ମାଗିବା କାରଣରୁ ସାଧାରଣ ଲୋକଙ୍କଠାରୁ ନିସ୍ତୁକ ମାଡ ଖାଇଥିଲେ ଓ ଏଥିରେ ସଂଜ୍ଞାହୀନ ହୋଇ ପଡିଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତିତ୍ସାଳୟ ରେଡକ୍ରସ ଫ୍ୟାମିଲିର ଅଂଶୁଘାତ ଚିକିତ୍ସା କ୍ୟାବିନରେ ରଖାଯାଇଛି । ବୀରମ୍ବାର ନର୍ସଙ୍କୁ ମାଡ ହେବା କାରଣରୁ କିଛି ମହିଳା ଓ ପୁରୁଷ ନର୍ସ ଗତ ୧୩ ତାରିଖ ଦିନ ହଠାତ୍‌ ଆନ୍ଦୋଳନର ଡାକରା ଦେଇଥିଲେ । ସେମାନେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ସିଡିଏମଓ ଓ ମେଡିକାଲ ସୁପରିନଟେଣ୍ଡେଣ୍ଟଙ୍କୁ ଦାବୀ ପତ୍ର ଦେଇ ୧୪ ତାରିଖ ଦିନ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଯାହା ଫଳରେ କି କିଛି ସମୟ ପାଇଁ ରୋଗୀ ସେବା ବ୍ୟାହାତ ହୋଇଥିଲା ।ବାଲେଶ୍ୱରରେ ମେଡିକାଲ କଲେଜ ଓ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଓ ପ୍ରଫେସରମାନଙ୍କୁ ନିଯୁକ୍ତି ଦିଆଯାଇଛି ସତ କି;ୁ ବାସ୍ତବରେ ଏମାନେ ନିୟମିତ ଭାବେ କାର୍ଯ୍ୟରେ ଅନୁପସ୍ଥିତ ରହୁଛନ୍ତି । ଯାହା ପଳରେ କି ଉନ୍ନତ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ଆସିଥିବା ରୋଗୀ ସାଧାରଣ ଡାକ୍ତର ଓ ନର୍ସମାନଙ୍କର ନିକୃଷ୍ଟମାନର ସେବା ପାଇ ଅଧିକ ରୋଗାକ୍ରାନ୍ତ ହେଉଛନ୍ତି । ଏପରିକି ରୋଗୀଙ୍କୁ ଯନ୍ତ୍ରଣାମୁକ୍ତ କରିବା ପାଇଁ ନିଦ ବଟିକା ଓ ଇଞ୍ଜେକସନ୍‌ ଦେବା ଫଳରେ ଦୁଇ ଦିନ ପୂର୍ବେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର କହିଲେ ମୁଁ ନିଦ ବଟିକା ଦେଇଛି, ନିଦ ଭାଙ୍ଗିଲା ପରେ ମୁଁ ତାଙ୍କର ଚିକିତ୍ସା କରିବି ଏହା ସେହି ରୋଗୀଙ୍କର ଶେଷ ନିଦ୍ରା ଥିଲା । ଏଭଳି ବେପରୁଆ ଚିକିତ୍ସା କାରଣରୁ ଡାକ୍ତରଙ୍କୁ ରୋଗୀଙ୍କ ଆତ୍ମୀୟମାନେ ଆକ୍ରମଣ କରିବାକୁ ପଛାଇନଥିଲେ । ଯେଉଁ ରୋଗୀମାନେ ଡାକ୍ତରଖାନାକୁ ଆସୁଛନ୍ତି ସେମାନଙ୍କୁ ସମ୍ପୃକ୍ତ ଡାକ୍ତରମାନେ ତାଙ୍କ ବ୍ୟକ୍ତିଗତ କ୍ଲିନିକ୍‌ ଓ ଅନ୍ୟାନ୍ୟ ଯାଗାକୁ ଯିବାକୁ ପରାମର୍ଶ ଦେଉଛନ୍ତି ।
ଏଠାକୁ ଆସୁଥିବା ସାଧାରଣ ଓ ମଧ୍ୟମ ବର୍ଗର ଲୋକେ ମେଡିକାଲ କଲେଜ ଭାବି ଯେଉଁ ଆଶା ନେଇ ଆସିଛନ୍ତି, ଏଠାରେ ଜୀବନ ବଞ୍ଚାଇବା ପରିବର୍ତ୍ତେ ମୃତ୍ୟୁକୁ ନିମନ୍ତ୍ରଣ କରୁଛନ୍ତି । ପୂର୍ବରୁ ବାଲେଶ୍ୱର ଡାକ୍ତରଖାନାରେ ଯେତିକି କ୍ୟାବିନ୍‌ ଥିଲା ବିଶେଷ କରି ବସ୍‌ ମାଲିକ ସଂଘ ପକ୍ଷରୁ ନିର୍ମାଣ କରାଯାଇଥିବା ଉଚ୍ଚମାନର କ୍ୟାବିନ୍‌ ଏବେ ମହିଳା ହଷ୍ଟେଲରେ ପରିଣତ ହେଲାଣି ଫଳରେ ରୋଗୀମାନେ ବାରଣ୍ଡାରେ ପଡି ରହି ଚିକିତ୍ସା ହେଉଛନ୍ତି । ସବୁ ବିଭାଗରେ ଡାକ୍ତର ପଦବୀ କାଗଜପତ୍ରରେ ଠିକ୍‌ ଚାଲିଥିଲା ବେଳେ ବାସ୍ତବରେ ଏହା ଉପଲବ୍ଧ ହେଉନାହିଁ । ବିଶେଷ କରି ଚିକିତ୍ସା କରୁଥିବା ସ୍ଥାନୀୟ ଡାକ୍ତରଙ୍କର ଲାଞ୍ଚଖୋର ମନୋଭାବ ଯୋଗୁଁ ପ୍ରତିଦିନ ଗଣ୍ଡଗୋଳ ହେଉଛି । ମେଡିକାଲ ପକ୍ଷରୁ ସିକ୍ୟୁରିଟି ବ୍ୟବସ୍ଥା ଓ ଏଠାରେ ଏକ ଫାଣ୍ଡି ଥିଲେ ମଧ୍ୟ ଲୋକଙ୍କ ଅସନ୍ତୋଷକୁ ସମ୍ଭାାଳିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଛି । ଡାକ୍ତରଖାନାରେ ମେଡିକାଲ ସୁପରିନଟେଣ୍ଡେଟ୍‌, ସିଡିଏମଓ, ଏଡିଏମଓ ଓ ମେଡିକାଲ ମ୍ୟାନେଜରଙ୍କ ଫୋନ ନମ୍ବର ମେଡିକାଲ ପରିସରରେ ଲେଖାଯାଇଛି କି;ୁ ଏହି ନମ୍ବରକୁ ଫୋନ୍‌ କଲେ କିଛି ଯବାବ ମିଳେନି । ବିଶେଷ କରି କଟକ ଓ ଭୁବନେଶ୍ୱରରୁ ଆସୁଥିବା ଡାକ୍ତରମାନେ ନିୟମିତ ଦରମା ନେଉଛନ୍ତି ସତ କି;ୁ ରୋଗୀ ଚିକିତ୍ସାରେ ବ୍ୟାପକ ଅବହେଳା ସୃଷ୍ଟି କରୁଛନ୍ତି ଫଳରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବେ ମରଣଯନ୍ତା ପାଲଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

Read More...

ହାତୀ ଶାବକର ମୃତଦେହ ଉଦ୍ଧାର

ହାତୀ ଶାବକର ମୃତଦେହ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page