୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

May 15, 2019, ଓଡ଼ିଶା, , Anupambharat News Bureau


୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ
Anupambharat News Bureau
May 15, 2019

କେନ୍ଦୁଝର, ୧୫ା୫(ଅନୁପମ ମିଡିଆ): କେନ୍ଦୁଝର ସଦର ଥାନା ଶୁଆକାଟୀସ୍ଥିତ ଓଏମ୍‌ସି ଖଣି ପରିସରରେ ବୁଧବାର ଦିନ ଏକ ଦୂର୍ଘଟଣା ଘଟି ଟ୍ରକଟି ୩୦ଫୁଟ୍‌ ତଳକୁ ଖସି ପଡିବାରୁ ଡ୍ରାଇଭରଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୧ଟା ୩୦ମିନିଟ୍‌ ସମୟରେ ଓଡି୧୯-ଡି-୯୧୪୧ ନମ୍ବର ବିଶିଷ୍ଟ ଏକ ହାଇୱା ଟ୍ରକ ଲୁହାପଥର ବୋଝେଇ କରି ଆସୁଥିବା ସମୟରେ ୪ନଂ କଣ୍ଟା ନିକଟରେ ୩୦ଫୁଟ ତଳକୁ ଖସି ପଡିଥିଲା । ଫଳରେ ଟ୍ରକଟି ଭାଙ୍ଗିରୁଜି ଯିବା ସହ ଡ୍ରାଇଭର ସାଗର ଦେହୁରୀଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ଖବରପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଟ୍ରକ ଓ ମୃତ ଡ୍ରାଇଭରଙ୍କ ଶବ ଜବତ କରିଥିବା ଖବର ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

Read More...

ଫକୀରମୋହନ ମେଡ଼ିକାଲ ଅଶାନ୍ତ

ଫକୀରମୋହନ ମେଡ଼ିକାଲ ଅଶାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page