ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

May 15, 2019, ଓଡ଼ିଶା, , Anupambharat News Bureau


ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ
Anupambharat News Bureau
May 15, 2019

କଟକ, ୧୫ା୫ (ଅନୁପମ ମିଡିଆ): ନିଖୋଜ ହୋଇଥିବା ଦୁଇ ଜଣ କଲେଜ ଛାତ୍ରଙ୍କ ମୃତଦେହ ଆଜି ମହାନଦୀରୁ ଜଗତପୁର ଥାନା ପୁଲିସ ଉଦ୍ଧାର କରିଛି । ଗତ ସୋମବାର ମଧ୍ୟାହ୍ନରେ ଦୁଇ କଲେଜ ଛାତ୍ର ନିଖୋଜ ହୋଇଥିବା ନେଇ ସୋମବାର ସନ୍ଧ୍ୟାରେ ପରିବାର ଲୋକ ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଜଗତପୁର ବ୍ୟାରେଜ ନିକଟରୁ କୈାଶବ ତ୍ରିପାଠୀଙ୍କ ଆକଫିଭା, ଉଭୟଙ୍କ ମୋବାଇଲ ଫୋନ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳୁ ଉଭୟଙ୍କ ମୃତଦେହ ମହାନଦୀରୁ ଉଦ୍ଧାର କରାଯାଇଛି ।
ମୃତକ ଦ୍ୱୟ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳର କୈାଶବ ତ୍ରିପାଠୀ ଓ ଯାଜପୁର ଧର୍ମଶାଳା ପ୍ରତୀକ ପରିଡା । ପ୍ରକାଶ ଯେ, କୈାଶବ ଜେକେବିକେ କଲେଜରେ ୩ ଦ୍ୱିତୀୟ ବର୍ଷ କଳାର ଛାତ୍ର ହୋଇଥିବା ବେଳେ ପ୍ରତୀକ ରେଭେନ୍ସା ବିଶ୍ୱବିଦ୍ୟାଳୟର ୩ ଦ୍ୱିତୀୟ ବର୍ଷର ଆଇଟିଏମ ଛାତ୍ର । ଉଭୟେ ମାଲଗୋଦାମ ଥାନା ଅନ୍ତର୍ଗତ ପାରେଶ୍ୱର ସାହିରେ ଥିବା ଏକ ଘରୋଇ ମେସରେ ରହୁଥିଲେ । ସୋମବାର ଦିନ ଅତ୍ୟଧିକ ଗୁଳୁଗୁଳି ହେଉଥିବାରୁ ଉଭୟେ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ମେସକୁ ନଫେରିବାରୁ ସେମାନଙ୍କର ଅନ୍ୟ ସାଙ୍ଗମାନେ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ଉଭୟଙ୍କ ନିଖୋଜ ହେବା ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ । ପର ଦିନ ସନ୍ଧ୍ୟାରେ ମହାନଦୀ ବ୍ୟାରେଜ ନିକଟ ବନ୍ଧରୁ ତାଙ୍କର ଆକଫିଭା ଗାଡିଟି ମିଳିଥିଲା । ଏସଂପର୍କରେ ପରିବାର ଲୋକେ ଜଗତପୁର ଥାନାରେ ଜଣାଇଥିଲେ । ପୁଲିସ ଖୋଜା ଖୋଜି କରି ଦୀର୍ଘ ୪୦ ଘଣ୍ଟା ପରେ ଆତୁଡା ମହାନ୍ତି ସାହି ନିକଟସ୍ଥ ମହାନଦୀ ବାଲି ଉପରୁ ନିଖୋଜ କୈାଶବର ମୃତଦେହ ପାଇଥିବା ବେଳେ ମହାନଦୀନଗର ପାଶ୍ୱର୍ ମହାନଦୀ ବାଲିରୁ ପ୍ରତୀକ ପରିଡାଙ୍କ ମୃତଦେହ ଉଦ୍ଧାର କରିଥିଲା । ତେବେ ଦୁହିଁଙ୍କ ଶବ ପଚିଯାଇ ଦୁର୍ଗନ୍ଧ ବାହାରୁଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଏସସିବି ମେଡିକାଲକୁ ପଠାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

Read More...

୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page