ଟିକ୍‌ ଟକ୍‌ ଷ୍ଟାର୍‌ ସେକ୍ସ ସ୍କାଣ୍ଡାଲରେ ଫସିଲେ ଇମ୍ରାନ ସରକାର

January 03, 2020, ଦେଶ, , Anupambharat News Bureau


ଟିକ୍‌ ଟକ୍‌ ଷ୍ଟାର୍‌ ସେକ୍ସ ସ୍କାଣ୍ଡାଲରେ ଫସିଲେ ଇମ୍ରାନ ସରକାର
Anupambharat News Bureau
January 03, 2020

ଇସଲାମାବାଦ: ସେକ୍ସ ସ୍କାଣ୍ଡାଲ ପାକିସ୍ତାନ ୱଜିର-ଏ-ଆଜମ ଇମ୍ରାନ ଖାନ୍‌ଙ୍କ ପିଛା ଛାଡ଼ୁନାହିଁ । କ୍ଷମତା ଦଖଲ ପୂର୍ବରୁ ଇମ୍ରାନଙ୍କ ନାଁରେ ଅନେକ ସେକ୍ସ ସ୍କାଣ୍ଡାଲ ଅଭିଯୋଗ ଆସିଥିଲା । ଏବେ କ୍ଷମତା ଦଖଲ ପରେ ମଧ୍ୟ ସେହି ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗ ତା’କୁ ପୁଣିଥରେ ଅଡ଼ୁଆରେ ପକାଇଛି ।
ଅବଶ୍ୟ ଏଥର ସେ ନିଜେ ସେକ୍ସ ସ୍କାଣ୍ଡାଲରେ ସାମିଲ ନାହାନ୍ତି । କି;ୁ ତାଙ୍କ ସରକାର ଉପରେ ଲାଗିଛି ସେକ୍ସ ସ୍କାଣ୍ଡାଲର ଦାଗ । ଏବେ ସାମ୍ନାକୁ ଆସିଥିବା ଭିଡିଓରେ ଟିକଟକ ଷ୍ଟାର ହରୀମ ଶାହ ଫୋନ ଯୋଗେ ଜଣେ ବ୍ୟକ୍ତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓରେ ଶାହ ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଇମ୍ରାନ ଖାନଙ୍କ ମନ୍ତ୍ରିମଣ୍ଡଳରେ ଥିବା ରେଳବାଇ ମନ୍ତ୍ରୀ ଶେଖ ରସିଦ ଅହମଦଙ୍କ ଭଳି ଦିଶୁଛନ୍ତି । ଏଥିରେ ଶାହ କହୁଛନ୍ତି ଯେ ତୁମେ ମୋ ଆଗରେ ଉଲ୍ଲଗ୍ନ ହୋଇ ଅଙ୍ଗ ପ୍ରଦର୍ଶନ କରୁଥିଲ । ଭିଡିଓରେ ଅନେକ ଖରାପ କାମ ପାଇଁ ଇଙ୍ଗିତ କରୁଥିଲ । ଏହି ସମୟରେ ହିଁ ଭିଡିଓ କଲ କରୁଥିବା ବ୍ୟକ୍ତି ଜଣଙ୍କ ଫୋନ କଟ୍‌ କରିଦେଉଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ଶାହ କହିଛନ୍ତି, ଇମ୍ରାନଙ୍କ ମନ୍ତ୍ରିମଣ୍ଡଳରେ ଥିବା ମନ୍ତ୍ରୀ ଶେଖ ମୋତେ ଖରାପ ବ୍ୟବହାର କରିବା ସହ ମୋ ଆଗରେ ଖରାପ କାମ କରୁଥିଲେ ।
ଆମ ଭିତରେ ହୋଇଥିବା କଥାବର୍ତ୍ତାର ଭିଡିଓକୁ ମୋର ଜଣେ ସାଙ୍ଗ ଲିକ୍‌ କରିଛି । ଏବେ ମୋତେ ହତ୍ୟା ଧମକ ମିଳୁଛି । ମୁଁ ଏବେ କ୍ୟାନାଡା ଯିବାକୁ ଚାହୁଁଛି, ସେଠାରେ ସ୍ଥାୟୀ ନାଗରିକତା ପାଇଁ ଆବେଦନ କରି ରହିବି । ନିଜକୁ ଇମ୍ରାନ ଖାନଙ୍କ ଫ୍ୟାନ କହୁଥିବା ଶାହ ପାକିସ୍ତାନ ତେହେରିକ-ଇ-ଇନସାଫର ଜଣେ ସଦସ୍ୟ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ପିଟିଆଇର ସଦସ୍ୟ ହୋଇଥିବାରୁ, ସେମାନଙ୍କ ସହ ଭିଡିଓ କରିଥାଉ ।
ଏହା ପୂର୍ବରୁ ଶାହ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କନଫରେନ୍ସରେ ପଶି ଟିକ ଟକ ଭିଡିଓ ଶୁଟିଂ କରିଥିଲେ । ଏଥିସହ ଏଠାରେ ବୈଠକରେ ଅଧ୍ୟକ୍ଷତା କରୁଥିବା ବ୍ୟକ୍ତିଙ୍କ ପାଇଁ ପଡ଼ିଥିବା ଚୌକିରେ ମଧ୍ୟ ସେ ବସିବାକୁ ପଛାଇ ନଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

Read More...

ତୀବ୍ର ହେଲା ଆମେରିକା-ଇରାନ ବିବାଦ

ତୀବ୍ର ହେଲା ଆମେରିକା-ଇରାନ ବିବାଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page