ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

January 03, 2020, ବିଦେଶ, , Anupambharat News Bureau


ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ
Anupambharat News Bureau
January 03, 2020

ନୂଆଦିଲ୍ଲୀ, ୩ା୧: ଆମେରିକା ପକ୍ଷରୁ ଇରାକର ବାଗାଦାଦର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକ୍ରମଣ କରାଯାଇଛି । ଏଥିରେ ଇରାନ୍‌ର ଜେନେରାଲ୍‌ କାସିମ୍‌ ସୋଲେମାନ୍‌ ସହ ଆଠ ଜଣଙ୍କ ମୃତୁ୍ୟ ଘଟିଛି । ଏହାଫଳରେ ଉପସାଗରୀୟ ଏବଂ ମଧ୍ୟ ପୂର୍ବ ଅଞ୍ଚଳରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସିରିୟାର ଡାମସୋକସ୍‌ରୁ ସୋଲେମାନ ବାଗଦାଦ ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ଇରାକୀ ସହଯୋଗୀଙ୍କ ସହ କାରରେ ଯାଉଥିବା ବେଳେ ଆମେରିକା ଏମ୍‌କୁ୍ୟ ୯ ରିପାର ଡ୍ରୋନ୍‌ରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଏଥିରେ ସୋଲେମାନ୍‌ ସହ ଆଠ ଜଣଙ୍କ ମୃତୁ୍ୟ ଘଟିଛି । ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍‌ ଏବଂ ଏହାର ସାମରିକ ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ ସୋଲେମାନିକୁ ଇରାକ୍‌ରେ ହତ୍ୟା କରାଯାଇଥିବା ଘଟଣା ନିଶ୍ଚିତ କରାଯାଇଛି । ଠିକ୍‌ ସେହିଭଳି ଇରାନ୍‌ ସରକାରଙ୍କ ଗଣମାଧ୍ୟମ ପକ୍ଷରୁ ସୋଲେମାନର ମୃତୁ୍ୟ ସୂଚନା ସତ୍ୟ ବୋଲି କୁହାଯାଇଛି । ମୃତକଙ୍କ ମଧ୍ୟରେ ଇରାକୀ ଉଗ୍ରବାଦ ଦଳର ନେତା ଆବୁ ମହାବି ଅଲ ମୁହାନ୍ଦିସ୍‌ ମଧ୍ୟ ପ୍ରାଣ ହରାଇଛି । ଆମେରିକାର ବିଭିନ୍ନ ଅଧିକାରୀ ମାନଙ୍କୁ ସୁରକ୍ଷା ଦେବାକୁ ଯାଇ କାସିମ୍‌ ସୋଲେମାନିଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ୍‌ ନିର୍ଦ୍ଦେଶ ଦେଇଥିଲେ ଏବଂ ତାହାଙ୍କ ନିର୍ଦ୍ଦେଶରେ ହିଁ ରକେଟ୍‌ ମାଡ଼ କରାଯାଇଛି ବୋଲି ପେଣ୍ଟାଗନ୍‌ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି । ଇରାନ୍‌ ଭବିଷ୍ୟତରେ କୌଣସି ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସମ୍ପର୍କରେ ସୂଚନା ପାଇ ଏହା ପୂର୍ବରୁ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି । ଆମେରିକାର ରାଷ୍ଟ୍ରଦୂତ ଏବଂ ଦେଶର ନାଗରିକଙ୍କୁ ହତ୍ୟା କରିବାରେ ସୋଲେମାନଙ୍କ ହାତ ରହିଥିବା ଫେଣ୍ଟାଗନ ପକ୍ଷରୁ କୁହାଯାଇଛି । ଗତ ଡିସେମ୍ବରରେ ଆମେରିକାର ମିଲିଟାରୀ କଣ୍ଟ୍ରାକଫରଙ୍କୁ ହତ୍ୟା କରାଯାଇଥିଲା । ସୋଲେମାନଙ୍କ ନେତୃତ୍ୱାଧିନ ଫୋର୍ସକୁ ଆମେରିକା ବିଦେଶୀ ଆତଙ୍କବାଦୀ ସଂଗଠନ ବୋଲି ଆଖ୍ୟା ଦେଇଥିଲା । ବିଗତ କିଛି ବର୍ଷ ହେଲା ଲକ୍ଷାଧିକ ଆମେରିକାବାସୀଙ୍କ ହତ୍ୟାରେ ସୋଲେମାନର ହାତ ରହିଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡନାଲï ଟ୍ରମ୍ପ ଟୁଇଟ୍‌ କରିଛନ୍ତି । ଦେଶ ମଧ୍ୟରେ ସୋଲେମାନ ପ୍ରତି ଭୟ ଏବଂ ଘୃଣା ଭାବ ରହିଥିଲା ଯାହାକୁ ଇରାନ କେବେ ମଧ୍ୟ ସ୍ୱୀକାର କରି ନାହିଁ ବୋଲ ଟ୍ରମ୍ପ କହିଛନ୍ତି । ଇରାନ୍‌ ସମର୍ଥିତ ପାରାମିଲିଟାରି ଫୋର୍ସର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ବାଗ୍‌ଦାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୭ ଜଣ ବ୍ୟକ୍ତି ନିହତ ହୋଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଏହି ଆକ୍ରମଣ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ‘ପପୁଲାର୍‌ ମୋବିଲାଇଜେସନ୍‌’ ଫୋର୍ସର ଜଣେ ସଦସ୍ୟ କହିଛନ୍ତି ଯେ ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଏୟାର୍ପୋର୍ଟ ପ୍ରୋଟକଲ୍‌ ଅଫିସର୍‌ ମହମ୍ମଦ୍‌ ରେଦା ମଧ୍ୟ ରହିଛନ୍ତି । ଆକ୍ରମଣରେ ନିହତ ବ୍ୟକ୍ତିମାନଙ୍କର ଶବ ପୋଡ଼ି ବିକୃତ ହୋଇଯାଇଥିବାରୁ ସେମାନଙ୍କର ପରିଚୟ ମିଳିବା କଷ୍ଟକର ହେଉଥିବା କଥା ଜଣେ ନିରାପତ୍ତା ଅଧିକାରୀ କହିଛନ୍ତି । ତେବେ ସୋଲେମାନଙ୍କ ହତ୍ୟାକୁ ନେଇ ଇରାନ ନେତୃତ୍ୱ ପ୍ରତିଶୋଧ ପରାୟଣ ହୋଇ ପଡ଼ିଛି । ଯେଉଁ ଅପରାଧୀ ସୋଲୋମନ ଏବଂ ସହିଦ୍‌ଙ୍କ ରକ୍ତରେ ହୋଲି ଖେଳିଛନ୍ତି ସେମାନଙ୍କ ଉର୍ଦ୍ଦେଶ୍ୟରେ ଦେଶର ସର୍ବୋଚ୍ଚ ନେତା ଆୟଥଲ୍ଳା ଖାମେନି କହିଛନ୍ତି ଯେ,
ଭଗବାନଙ୍କ ପାଖରେ ସେ ପହଞ୍ଚିବା ଅର୍ଥ ନୁହେଁ ଯେ, ତାଙ୍କ ମିଶନର ପଥ ବନ୍ଦ ହେବ ନାହିଁ ,ଏହାଦ୍ୱାରା ବଳପୂର୍ବକ ପ୍ରତିଶୋଧ ଅପେକ୍ଷା କରିଛି । ଆମେରିକାର ଏହି ଅନ୍ତର୍ଜାତୀୟ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଏହିି ଦୁଃସାହସିକ ପଦକ୍ଷେପ ପାଇଁ ଯାହା ସୃଷ୍ଟି ହେବ ଏଥିପାଇଁ ୱାସିଂଟନ ଦାୟୀ ରହିବ ବୋଲି ଇଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସ ଇନଫର୍ମର ସନ୍ଦେହ  ଜଣକୁ ଗୁଳିକରି ହତ୍ୟା କଲେ ମାଓବାଦୀ

ପୋଲିସ ଇନଫର୍ମର ସନ୍ଦେହ ଜଣକୁ ଗୁଳିକରି ହତ୍ୟା କଲେ ମାଓବାଦୀ

Read More...

ଟିକ୍‌ ଟକ୍‌ ଷ୍ଟାର୍‌ ସେକ୍ସ ସ୍କାଣ୍ଡାଲରେ ଫସିଲେ ଇମ୍ରାନ ସରକାର

ଟିକ୍‌ ଟକ୍‌ ଷ୍ଟାର୍‌ ସେକ୍ସ ସ୍କାଣ୍ଡାଲରେ ଫସିଲେ ଇମ୍ରାନ ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page