ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

January 04, 2020, ଓଡ଼ିଶା, , Anupambharat News Bureau


ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ
Anupambharat News Bureau
January 04, 2020

ଗୋପ / ମଥୁରାନଗରୀ ୦୪/୦୧- ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ଲୋକନାଟ୍ୟ ୭୧ ତମ ବରଗଡ଼ ଧନୁଯାତ୍ରା ମହୋସିବର ଶନିବାର ଥିଲା ପଞ୍ଚମ ଦିବସ । ଧନୁଯାତ୍ରାର ଏହି ପଞ୍ଚମ ଦିବସରେ ମହାରାଜ କଂସ ଦିଗ୍‌ବିଜୟରେ ଯାଇ ବ୍ରହ୍ମଚାରୀ ଅଞ୍ଚଳରେ ପହଞ୍ଚିଥିଲେ । ସେଠାରେ ପ୍ରଜାମାନଙ୍କ ଆତିଥ୍ୟ ଗ୍ରହଣ କରିବା ସହିତ ସେମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ସମୟରେ ବ୍ରହ୍ମଚାରୀ ବାସୀ ପ୍ରଶାସନିକ ସୁବିଧା ଠିକ୍‌ ଭାବରେ ପାଉଛନ୍ତି ନା ସେମାନଙ୍କୁ ଅବହେଲା କରାଯାଉଛି ତାହା ଦେଖିଥିଲେ । ଏହାପରେ ପହଞ୍ଚିଥିଲେ ରାଜଦରବାର କୁ ସେଠାରେ ତାକର ରାଜକାର୍ଯ୍ୟ ଚଲାଇଥିବାବେଲେ ବାରମ୍ବାର ତାଙ୍କ ମାନସ ପଟରେ ପ୍ରତିଧ୍ୱନୀତ୍ୱ ହେଉଥାଏ ମୃତୁ୍ୟ ରହସ୍ୟର ଦୈବୀବାଣୀ । ଏଣୁ ଏହି ଆଶଙ୍କାରୁ ମୁକ୍ତ ପାଇବା ପାଇଁ ରାଜନର୍ତ୍ତିକୀମାନଙ୍କ ନୃତ୍ୟଗୀତରେ ବିଭୋର ଥିବାବେଲ ଗୋପପୁର ସମ୍ବାଦ ପହଞ୍ଚାଇବା ପାଇଁ ନିୟୋଜିତ ହୋଇଥିବା ଦୁତ ରାଜଦରବାରଙ୍କୁ ପହଞ୍ଚି ମହାରାଜଙ୍କ ଦ୍ୱାରା ପ୍ରେରିତ ହୋଇଥିବା ରାକ୍ଷସୀ ପୁତନା ଏବଂ ଷଡ଼ମଲ୍ଲ ବେନିଭାଇ କୃଷ୍ଣ-ବଳରାମଙ୍କ ଦ୍ୱାରା ଗୋଟି ଗୋଟି କରି ନିହତ ହୋଇଥିବା ଦୁଃସମ୍ବାଦ କହିଛି । ଏହାଶୁଣି ମହାରାଜା କଂସ ମର୍ମାହତ ହୋଇପଡ଼ିଛନ୍ତି । ଦେବର୍ଷି ନାରଦଙ୍କ ପରାମର୍ଶକ୍ରମେ ରାଣୀ ପଦ୍ମାବତୀ ମହାରାଜା କଂସଙ୍କ ଆୟୁଷ ବୃଦ୍ଧି ପାଇଁ ଧନଶ୍ରୀ ଓଷା କରିବାକୁ ମନସ୍ଥ କରିଛନ୍ତି । ସେଥିପାଇଁ ଆବଶ୍ୟକ ଲକ୍ଷେଭାର ନୀଳପଦ୍ମ ପାଇଁ କଂସ ଗୋପପତି ନନ୍ଦଙ୍କୁ ଚିଠାଉ ଲେଖି ପ୍ରେରଣ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଏହାପରେ ମୃତୁ୍ୟଭୟରେ ଆତଙ୍କିତ ମହାରାଜା ପାରିଷଦ ବର୍ଗଙ୍କ ସହ ମିଶି ଆପାତ ବୈଠକ କରିଛନ୍ତି । ଅପରପକ୍ଷରେ ଗୋପନଗ୍ର ସାଜିଥିବା ଅମ୍ବାପାଲି ଗ୍ରାମରେ ବେନିଭାଇ କୃଷ୍ଣ-ବଳରାମ ଗୋପୀଗୋପାଙ୍ଗନାଙ୍କ ସହ ମିିଶି ବାଲ୍ୟଲୀଳାରେ ମଜ୍ଜି ଯାଇଛନ୍ତି । ଗୋପୀ ଗୋପାଳଙ୍କ ସହ ବାଲି ଖେଲୁଥିବାବେଲେ ମୁଠା ମୁଠା ବାଲି ପାଟିରେ ପୁରାଉଥିବାରୁ ଶ୍ରୀକୃଷ୍ଣଙ୍କୁ ଆକଟ କରିବା ପାଇଁ ମାତା ଯଶୋଦା ଏକ ବୃକ୍ଷରେ ବାନ୍ଧି ମାଡ଼ ମାରିଛନ୍ତି । ମାତାଙ୍କ ଭର୍ସିନାରେ କୃଷ୍ଣ ମାଟି ଖାଇନି ବୋଲି କହିବା ସହ ପାଟି ଫାଡ଼ି ଦେବାରୁ ଯଶୋଦା ଦେଖିପାରିଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ । ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ଚାପ ସମ୍ଭାଳି ନ ପାରି ବନ୍ଧା ହୋଇଥିବା ଗଛଟି ଭାଙ୍ଗି ପଡ଼ିବାରୁ ଅଭିଶାପ ପାଇ ବୃକ୍ଷ ରୂପ ଧାରଣା କରିଥିବା ଜାମଲା ଓ ଅର୍ଜୁନ ନାମକ ଦୁଇଜଣ ଗନ୍ଧର୍ବ ନିଜର ପ୍ରକୃତ ରୂପ ପାଇଁ ମୁକ୍ତି ପାଇଛନ୍ତି । ଗୋପାଙ୍ଗନାମାନେ ସୁବଳ ମଧୁମଙ୍ଗଳ ଓ ଚନ୍ଦ୍ରସେନାଙ୍କ ସହ ମିଶି ଗୋପପୁରରେ ଦଧିବିକ୍ରି କରିଥିବା ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଛି । ସେହିପରି ମାମୁଁ କଂସାଶୁରଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ଜମୁନା ନଦୀର କାଳିନ୍ଦ୍ରୀ ହ୍ରଦରେ ଥିବା ନୀଳପଦ୍ମ ତୋଲିବାକୁ ଯିବାମାତ୍ରେ ସେଠାରେ ଥିବା କାଳୀୟ ନାଗ କୃଷ୍ଣଙ୍କୁ ମାରିବା ପାଇଁ ଉଦ୍ୟମ କରିଛି । ଭଗବାନ ଶ୍ରୀକୃଷ୍ଣ ତାର ଫେଣାରେ ନୃତ୍ୟକରି ତାର ଗର୍ବ ଖଣ୍ଡନ କରିବା ସହ କଳୀୟ ଦଳନ କରିଥିଲେ । ମହାରାଜଙ୍କ ଦରବାରରେ ଦରବାରରେ, ଶିଳ୍ପୀ କଳା ନିକେତନ କଟକ, ସଂଗମ ଭବାନୀ ପାଟନା, ଜୟ ମାଁ ଦୁର୍ଗ କଳା ପରିଷଦ ମୁରି ବାହାଲ, ବଉଲି କଳା ପରିଷଦ ବୌଧ, ଜୁଡ଼ା ଝଳକା ବଲାଙ୍ଗିର, ଝଙ୍କାର ମୁ୍ୟଜିକ ପାଟ୍‌ନାଗଡ଼, ଅଷ୍ଟଭୂଜା ଗୋଟିପୁଅ ନୃତ୍ୟ ପୁରି, ସରଗମ କଳା ପରିଷଦ ବାମରା, କୁଠିଶାଲ ଅତାବିରା, ପୁର୍ଲିଆ ଛଉ, ବେନର ମୁହୁରିଆ କଳାପରିଷଦ ଦେଓଗାଁ, ଅନୁଷ୍ଠାନର କଳାକାରମାନେ ସେମାନଙ୍କ ନୃତ୍ୟ ପ୍ରଦର୍ଶନୀ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬ ବର୍ଷ ପରେ ‘ବିଧବା’ ହେଲେ ସଧବା

୬ ବର୍ଷ ପରେ ‘ବିଧବା’ ହେଲେ ସଧବା

Read More...

ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page