ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

January 18, 2020, ଓଡ଼ିଶା, , Anupambharat News Bureau


ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ
Anupambharat News Bureau
January 18, 2020

ମୁମ୍ବାଇ: ସାଇବାବାଙ୍କ ଜନ୍ମଭୂମିକୁ ନେଇ ବିବାଦ ବଢ଼ିଛି । ଏହାପରେ ରବିବାରଠୁ ଶିରିଡି ସାଇ ବନ୍ଦ କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମଭୂମି ମହାରାଷ୍ଟ୍ରର ପାଥରୀ ବୋଲି କହିବା ପରେ ଏହି ବିବାଦ ବଢ଼ିଛି ।
ଉଦ୍ଧବଙ୍କ ଏହି ମନ୍ତବ୍ୟ ପରେ ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଆଇନଗତ ଲଢ଼େଇ ପାଇଁ ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଭଳି ମନ୍ତବ୍ୟ ଦେବା ପରେ ଶିରିଡି ଗାଁଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସାଇ ଟ୍ରଷ୍ଟର ସଦସ୍ୟ କହିଛନ୍ତି, ପାଥରୀରେ ମୁଖ୍ୟମନ୍ତ୍ରୀ ଯଦି ବିକାଶ ଚାହୁଁଛନ୍ତି ତା’ହେଲେ କୌଣସି ଆପତ୍ତି ନାହିଁ । ହେଲେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ଠିକ୍‌ ନୁହେଁଛ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସାଇ ଭକ୍ତ ନିରାଶ ହୋଇଛନ୍ତି । ସ୍ଥିତି ଏମିତି ଉପୁଜିଛି ଯେ ଶିରିଡି ସାଇକୁ ବନ୍ଦ କରିବା ପାଇଁ ବାଧ୍ୟ ହେଉଛୁ ବୋଲି ସେ କହିଛନ୍ତି । ଉଦ୍ଧବଙ୍କ ଏହି ମନ୍ତବ୍ୟ ପରେ ସ୍ଥିତି ଶାନ୍ତ କରିବାକୁ ଯାଇ ବିଧାନ ପରିଷଦର ଉପସଭାପତି ଏବଂ ଶିବସେନା ନେତା ନିଲମ ଗୋହେଁ ଗୁରୁବାର ଶିରିଡ଼ି ପହଞ୍ଚି ବନ୍ଦ ନକରିବାକୁ ଆହ୍ୱାନ୍‌ କରିଥିଲେ । ମୁଖ୍ୟମନ୍ତ୍ରୀ ଏବାବଦରେ ଶିରିଡ଼ି ବାସୀଙ୍କ ସହ ଆଲୋଚନା କରିବେ ବୋଲି ସେମାନେ କହିଥିଲେ । ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ବିଜେପି ଘେରିଛି । ବିଜେପି ସାଂସଦ ସୁଜୟ ଭିଖେ ପାଟିଲ କହିଛନ୍ତି, ପାଥରୀ ସାଇବାବାଙ୍କ ଜନ୍ମଭୂମି ନୂଆ ସରକାର ଆସିବା ପରେ କହିଛନ୍ତି । ଶିରିଡ଼ି ବାସୀ ଏହାକୁ ନେଇ ଆଇନଗତ ଲଢ଼େଇ କରିପାରନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଚୌହାନ୍‌ କହିଛନ୍ତି, ଜନ୍ମଭୂମିକୁ ନେଇ ବିବାଦ ବଢ଼ିବା ପରେ ପାଥରୀରେ ଶ୍ରଦ୍ଧାଳୁଙ୍କୁ ଦିଆଯିବାକୁ ଥିବା ସୁବିଧା ସୁଯୋଗକୁ ବିରୋଧ ନହେବା ଦରକାର ।
ସୂଚନାଯୋଗ୍ୟ, ପରଭଣୀ ଜିଲ୍ଲାର ପାଥରୀ ଶିରିଡୀ ପାଖରୁ ୨୭୫ କିଲୋମିଟର ଦୂର । ଠାକରେ ଏବେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ସହିତ ଏଠିକାର ବିକାଶ ପାଇଁ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ହେଲେ ଅସଲ କଥା ହେଲା ସାଇଙ୍କ ଜନ୍ମଭୂମିକୁ ନେଇ ଏଯାବତ କୌଣସି ପ୍ରମାଣ ନାହିଁଛ କି;ୁ ଲୋକ କଥାରେ କୁହାଯାଏ, ସେ ଶିରିଡ଼ିରେ ଆସି ସ୍ଥାୟୀ ଭାବରେ ରହିଯାଇଥିଲେ । ଏହାପରେ ଶିରିଡ଼ିର ପରିଚୟ ସାଇଙ୍କ ନାମରେ ହୋଇଆସିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

Read More...

ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page