ଉତ୍ତର ଲଦାଖରେ ଭାରତୀୟ ଟ୍ୟାଙ୍କ୍‌ ମୁତୟନ

August 03, 2020, ଦେଶ, , Anupambharat News Bureau


ଉତ୍ତର ଲଦାଖରେ ଭାରତୀୟ ଟ୍ୟାଙ୍କ୍‌ ମୁତୟନ
Anupambharat News Bureau
August 03, 2020

ନୂଆଦିଲ୍ଲୀ,୩ା୮:ଭାରତ ଚୀନ୍‌ ସୀମା ମଧ୍ୟରେ କୌଣସି ଭବିଷ୍ୟତର ଆକ୍ରମଣର ଆଶଙ୍କାକୁ ମୁକାବିଲା କରିବା ପାଇଁ ଭାରତ ସେନା ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଭାରତ-ଚୀନ୍‌ ସୀମା ମଧ୍ୟରେ କିଛି ଅଞ୍ଚଳ ଅକ୍ତିଆରକୁ କେନ୍ଦ୍ର କରି ସମ୍ବେଦନଶୀଳକ ସ୍ଥିତି ଉପୁଜିଥିଲା । ଲଦାଖ୍‌ର ଦୀପସାଙ୍ଗ୍‌ ସମତଳ ଅଞ୍ଚଳରେ ଦୌଲତବେଗୀ ଓଲïିର ବିପରୀତ ଦିଗରେ ଚୀନ୍‌ ପକ୍ଷରୁ ୧୭ ହଜାରରୁ ଉର୍ଦ୍ଧ୍ୱ ସୈନିକ ଏବଂ ବହୁ ଗୋଳା ବାରୁଦ ମହଜୁଦ ପରେ ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନର ମୁକାବିଲା ପାଇଁ ଭାରତୀୟ ସେନା ପକ୍ଷରୁ ବହୁ ସଂଖ୍ୟକ ଟ୍ୟାଙ୍କ୍‌ ଉକ୍ତ ସ୍ଥଳକୁ ପଠାଯାଇଛି । ଟି-୯୦ ରେଜିମେଣ୍ଟ ସମେତ ବହୁ ସଂଖ୍ୟକ ସେନାଙ୍କୁ ମୁତୟନ କରାଯାଇଛି । କାରାକୋରାମ ନିକଟସ୍ଥ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ୍‌ -୧ ରେ ସେନା ମୁତୟନ ରହିଛନ୍ତି । ଯେଉଁ ଜାଗାରେ କି ଏପ୍ରିଲ ମାସରୁ ଚୀନ୍‌ର ୧୭ ହଜାର ସେନା ମୁତୟନ ରହିଛନ୍ତି । ଏହା ବ୍ୟତୀୟ ସେମାନେ ଭାରତୀୟ ସୋନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ଏଣୁ ଭାରତୀୟ ସେନା ମଧ୍ୟ କୌଣସି ମୁହୂର୍ତ୍ତରେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ୧୫ ହଜାରରୁ ଉର୍ଦ୍ଧ୍ୱ ସେନା ଏବଂ କେତେକ ଟ୍ୟାଙ୍କ୍‌ ସଡ଼କ ପଥରେ ଉକ୍ତ ସ୍ଥଳରେ ପହଞ୍ଚିଛନ୍ତି । ପ୍ରକାଶଥାଉକି ଆଜି ଉଭୟ ଦେଶ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ପ୍ରତିରକ୍ଷା ସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା । କେତେକ ଅଞ୍ଚଳରୁ ଚୀନ ଯଥାଶୀଘ୍ର ସେନା ପ୍ରତ୍ୟାହାର କରୁ ବୋଲି ଭାରତ ପକ୍ଷରୁ ବୈଠକରେ ସ୍ପଷ୍ଟ ଭାବେ କୁହାଯାଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ୱଳ

ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ୱଳ

Read More...

ଆଜିଠୁ ଚାଲିବ ମୋ ବସ୍‌

ଆଜିଠୁ ଚାଲିବ ମୋ ବସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page