୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା

August 03, 2020, ଦେଶ, , Anupambharat News Bureau


୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା
Anupambharat News Bureau
August 03, 2020

ଭୁବନେଶ୍ୱର : ରାଜ୍ୟ ସରକାର ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାନଙ୍କ ନିମନ୍ତେ ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ ଥିବା ସବୁ ବାଣିଜ୍ୟିକ ବ୍ୟାଙ୍କ,ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ବୀମା କମ୍ପାନି ଆଦି ନିଜର ସ୍ୱାଭାବିକ କର୍ମସମୟ ଅନୁସାରେ (ସକାଳ ୧୦ଟାରୁ ୪ଟା) ଚାଲିବ । ବଡ଼ ଶାଖା ଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀ ଓ ସର୍ବାଧିକ ୫ ଜଣ କର୍ମଚାରୀ ଥିବା ଛୋଟ ଶାଖା ଗୁଡ଼ିକ ନିଜର ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ । ଏସବୁ ଅଫିସରେ ସାମାଜିକ ଦୂରତ୍ୱ କଡ଼ାକଡ଼ିଭାବେ ପାଳନ ହେବ, କର୍ମଚାରୀ ଓ ଗ୍ରାହକମାନେ ମାସ୍କ ପିନ୍ଧିବେ । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ,ସେବି, କ୍ଲିୟରିଂ ହାଉସ, ବ୍ୟାଙ୍କ ମୁଖ୍ୟାଳୟ,ବୀମା କମ୍ପାନିର ଆଞ୍ଚଳିକ ମୁଖ୍ୟାଳୟ ଆଦି ୫୦ ପ୍ରତିଶତ କର୍ମଚାରୀ ସହ ଚାଲିବ । ସେହିପରି ଏଟିଏମ ପରିଚାଳନା ସଂସ୍ଥା, ଅର୍ଥ ପରିବହନ ସଂସ୍ଥା, ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ ଆଦି ସ୍ୱାଭାବିକ ବ୍ୟାଙ୍କ ଖୋଲିବା ସମୟରେ ୫୦ ପ୍ରତିଶତ କର୍ମଚାରୀ ସହ କାର୍ଯ୍ୟ କରିବେ । ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାର ଅଫିସ ଗୁଡ଼ିକୁ ନିୟମିତ ଭାବେ ସାନିଟାଇଜ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେପେଫମ୍ବର ୧୫ସୁଦ୍ଧା ଟିକ୍‌-ଟକକୁ କିଣିବ ମାଇକ୍ରୋସଫଫ !

ସେପେଫମ୍ବର ୧୫ସୁଦ୍ଧା ଟିକ୍‌-ଟକକୁ କିଣିବ ମାଇକ୍ରୋସଫଫ !

Read More...

ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ୱଳ

ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ୱଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page