ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ

December 01, 2020, ଦେଶ, , Anupambharat News Bureau


ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ
Anupambharat News Bureau
December 01, 2020

ନୂଆଦିଲ୍ଲୀ: ଭାରତର ସୀମାରେ ମଜବୁତ ରାସ୍ତା ନିର୍ମାଣ ପରେ ଏବେ କେନ୍ଦ୍ର ସରକାର ଚୀନକୁ ଆଉ ଏକ ବଡ ଝଟକା ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ ।
ଆସାମ ଓ ମେଘାଳୟୁ ଯୋଡୁଥିବା ଏହି ବ୍ରିଜର ଲମ୍ବ ୧୮ କିମିରୁ ଅଧିକ ହେବ । ଏହାଫଳରେ ଚୀନ ସୀମାରୁ ବାଂଲାଦେଶ ସୀମା ଯାଏଁ ସୁଦୀର୍ଘ ରାସ୍ତା ପ୍ରସ୍ତୁତ ହୋଇଯିବ ।ସାମାଜିକ ଓ ସାମରିକ ଦୃଷ୍ଟିକୋଣରୁ ଏହି ବ୍ରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ରାସ୍ତା ଦେଇ ସୈନ୍ୟ ବାହାନ, ରାସନ ସାମଗ୍ରୀ ଓ ବ୍ୟବସାୟିକ ବାହାନ ଆଦି ଚଳାଚଳ କରିବ । ଏହାସହ ପୂ୍ରବୋତ୍ତର ରାଜ୍ୟକୁ ଅଧିକ ଗତିବିଧି ମିଳିପାରିବ । ସଡକ ଓ ପରିବହନ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ସପ୍ତାହରେ ଆସାମର ଧୁବରୀରୁ ମେଘାଳୟର ଫୁଲବାରୀ ଯାଏଁ ବ୍ରହ୍ନପୁତ୍ର ନଦୀ ରୋଡ ବ୍ରିଜ୍‌ ର୍ନିମାଣ କରିବାକୁ ଦାୟିତ୍ୱ ଦିଆଯାଇଛି ।
ଅତିଶୀଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ ହେବ । ନୂଆ ବର୍ଷରୁ ଏହି କାମ ଆରମ୍ଭ ହେବ ବୋଲି ଲକ୍ଷ୍ୟ ରହିଛି । ୨୦୨୬-୨୭ ସୁଦ୍ଧା ଏହାର ନିରାମଣ କାମ ସରିଯିବ । ଏଥିପାଇଁ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପରେ ନଦୀ ଉପରେ ୧୨.୬୨ କିମିର ବ୍ରିଜ ଓ ଧୁବରୀରେ ୩.୫ କିମି ରାସ୍ତା ଓ ଫୁଲବରୀରେ ୨.୨ କିମିର ରାସ୍ତା ତିଆରି ହେବ । ଏହି ନଦୀ ପୋଲ ନିର୍ମାଣ ପରେ ଆସାମ, ମେଘାଳୟ, ତ୍ରିପୁରା ଆଦିକୁ ଗମନାଗମନ ସହଜ ହେବ ।
ଏବେ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀ ପାରି ହେବାକୁ ୩ ଘଣ୍ଟା ଲାଗି ଯାଉଛି । ବର୍ଷା ଦିନେ ଯୋଗାଯୋଗ ବିଛିନ୍ନ ହୋଇଯାଏ । ଲୋକମାନେ ୨୫୦ କିମି ବୁଲି କରି ଆସନ୍ତି । ବ୍ରିଜ୍‌ ନିର୍ମାଣ ପରେ ଆଉ ଏ ଅସୁବିଧା ହେବ ନାହିଁ । ଏବି ରାସ୍ତାରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଗାଡି ଚଳାଚଳ କରିବ । ପୂର୍ବରୁ ଖବର ଆସିଥିଲା ଯେ, ଚୀନ୍‌ ଜଳ ବିଦ୍ୟୁି ପରିଯୋଜନା ନାମରେ ବ୍ରହ୍ମପୁତ୍ର ନଦୀରେ ଏକ ବିଶାଳ ବନ୍ଧ ନିର୍ମାଣ କରିବାକୁ ଯାଉଛି । ବନ୍ଧ ନିର୍ମାଣର ଦାୟିତ୍ୱ ନେଇଥିବା ଚୀନ୍‌ ର ଏକ କମ୍ପାନୀର ମୁଖ୍ୟଙ୍କ ତଥ୍ୟ ଅନୁସାରେ ଚୀନ୍‌ ମିଡିଆ କହିଛି ଯେ, ଚୀନ୍‌ ତିବ୍ଦତରେ ବ୍ରହ୍ମପୁର ନଦୀରେ ଏକ ପ୍ରମୁଖ ବନ୍ଧର ନିର୍ମାଣ କରିବ । ଆଗାମୀ ବର୍ଷରୁ ଲାଗୁ ହେବାକୁ ଥିବା ୧୪ତମ ପଞ୍ଚବାର୍ଷିକ ଯୋଜନାରେ ଏହା ସମ୍ବନ୍ଧିତ ପ୍ରସ୍ତାବ ଉପରେ ବିଚାର କରାଯାଇସରିଛି ।
ଗ୍ଲୋବାଲ ଟାଇମ୍ସର ଖବର ଅନୁସାରେ ପାୱାର କନଷ୍ଟ୍ରକସନ କର୍ପୋରେସନ ଅଫ୍‌ ଚାଇନାର ଅଧ୍ୟକ୍ଷ ୟାଙ୍ଗ ଜିୟୋଙ୍ଗ କହିଛନ୍ତି ଯେ, ଚୀନ୍‌ ୟାରଲୁଙ୍ଗ ଜଙ୍ଗବୋ ନଦୀ (ବ୍ରହ୍ମପୁତ୍ରର ତିବ୍ଦତୀୟ ନାମ) ର ନିମ୍ନସ୍ତରରେ ଜଳ ବିଦ୍ୟି ଉପଯୋଗ ପରିଯୋଜନା ଆରମ୍ଭ କରିବ । ଏହି ପରିଯୋଜନା ଜଳ ସଂସାଧନ ଏବଂ ଘରୋଇ ସୁରକ୍ଷାକୁ ମଜବୁତ କରିବାରେ ସହାୟକ ହୋଇପାରେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହରିଦ୍ୱାରରେ ଭୂକମ୍ପ ଝଟ୍‌କା

ହରିଦ୍ୱାରରେ ଭୂକମ୍ପ ଝଟ୍‌କା

Read More...

ସଫଳ ନ ହେବା ଯାଏଁ ପଛକୁ ହଟିବୁ ନାହିଁ: କୃଷକ ସଂଗଠନ

ସଫଳ ନ ହେବା ଯାଏଁ ପଛକୁ ହଟିବୁ ନାହିଁ: କୃଷକ ସଂଗଠନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page