ଘରେ ବସି ପାଇବେ ଲର୍ଣ୍ଣିଂ ଲାଇସେନ୍ସ : ପରିବହନ ବିଭାଗର ନ’ଅନଲାଇନ୍‌ ସେବା ଶୁଭାରମ୍ଭ

February 10, 2021, ଓଡ଼ିଶା, , Anupambharat News Bureau


ଘରେ ବସି ପାଇବେ ଲର୍ଣ୍ଣିଂ ଲାଇସେନ୍ସ :  ପରିବହନ ବିଭାଗର ନ’ଅନଲାଇନ୍‌ ସେବା ଶୁଭାରମ୍ଭ
Anupambharat News Bureau
February 10, 2021


ଭୁବନେଶ୍ୱର, ୧୦ା୨(ଅନୁପମ ମିଡ଼ିଆ): ଏଣିକି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆଉ ଆରଟିଓକୁ ଦୌଡିବାକୁ ପଡିବନି । ମୋବାଇଲରେ ଉମଙ୍ଗ ଆପ୍‌ରେ ଘରେ ବସି ମିଳିପାରିବ ଲର୍ଣ୍ଣିଂ ଲାଇସେନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏଥିସହ ଆରଟିଓକୁ ପେପର୍‌ ଲେସ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗର ନ’ ଅନଲାଇନ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆ ସେବା ଅନୁଯାୟୀ ଲର୍ଣ୍ଣିଂ ଲାଇସେନ୍ସ ସମେତ ଗାଡ଼ି ରେଜିଷ୍ଟ୍ରେସନ୍‌, ମାଲ ପରିବହନ ପରମିଟ୍‌, ଗାଡ଼ି ରେଜିଷ୍ଟ୍ରେସନ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ବି ଅନଲାଇନ୍‌ରେ ହୋଇପାରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାନବାହାନ ସେବା ପାଇଁ ରାଜ୍ୟର ଯେକୌଣସି ପରିବହନ କାର୍ଯ୍ୟାଳୟ ବାଛିବା ସ୍ୱାଧୀନତା ହଜାର ହଜାର ଲୋକଙ୍କ ପାଇଁ ଏକ ପ୍ରକାର ମୁକ୍ତି ହେବ । ପରିବହନ କାର୍ଯ୍ୟାଳୟ ସାମ୍ନାରେ ଲମ୍ବା ଧାଡି ଶୀଘ୍ର ଇତିହାସ ହୋଇଯିବ । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ମୋବାଇଲ ଆପ୍‌ ଜାରି କରିଛି । ଏହି ଆପ୍‌ ମଧ୍ୟ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନର ମୋବାଇଲ୍‌ ଆପ୍‌ ପ୍ଲାଟଫର୍ମ ‘ଉମଙ୍ଗ’ରେ ଉପଲବ୍ଧ ହେବ । ଏଭଳି ପଦକ୍ଷେପ ଯୋଗୁ ଲୋକଙ୍କ ମଧ୍ୟରେ ବଡ଼ ଆଶା ସଞ୍ଚାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପରିବହନ ବିଭାଗର ସେବା ବିଷୟରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ରାଜ୍ୟରେ ପରିବହନ ସେବା ଜନକେନ୍ଦ୍ରିତ କରାଯାଇଛି । ପରିବହନ କ୍ଷେତ୍ରରେ ପେପରଲେସ୍‌ ଓ ତତକ୍ଷଣାତ୍‌ ସେବା ଯୋଗାଇବାରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ (୫- ଟି) ସଚିବ ଭିକେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରି କହିଥିଲେ ମୋ ସରକାର ମାଧ୍ୟମରେ ଲୋକଙ୍କଠାରୁ ନିଆଯାଇଥିବା ମତାମତରୁ ପରିବହନ କାର୍ଯ୍ୟାଳୟରେ ଘଟୁଥିବା ପରିବର୍ତ୍ତନକୁ ସେମାନେ ପ୍ରଶଂସା କରୁଥିବା ଜଣାପଡିଛି । ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଏବଂ ପରିବହନ କମିଶନର ସଞ୍ଜୀବ ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏପିସି ରାଜ କୁମାର ଶର୍ମା, ଡିଜି ଏନଆଇସି ଡକଫର ନୀତା ବର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

Read More...

ଏଣିକି ସପ୍ତାହର  ସାତ ଦିନ ଶ୍ରୀଜୀଉ ଦର୍ଶନ

ଏଣିକି ସପ୍ତାହର ସାତ ଦିନ ଶ୍ରୀଜୀଉ ଦର୍ଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page