ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି । ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡି ଦେଇଛନ୍ତି ପିତା । ସୌଭାଗ୍ୟବଶତଃ ଝିଅକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଶାହଜାହଁପୁରରେ ରହୁଥିବା ଉକ୍ତ ଝିଅଟିର ବିବାହ ପରିବାର ଲୋକେ କରିବାଦେବାକୁ ଚାହୁଁଥିଲେ । କି;ୁ ଝିଅଟି ଆଗକୁ ପାଠପଢିବାକୁ ଜିଦ୍ ଧରି ବଶିଥିଲେ । ଘଟଣାଦିନ ତାଙ୍କ ଭାଇ ଏବଂ ପିତା ତାଙ୍କୁ ଏକ କେନାଲ ପାଖକୁ ନେଇ ମୁହଁ ବାନ୍ଧି ବେଲଫରେ ପିଟିବା ସହ କେନାଲକୁ ଫୋପାଡି ଦେଇଥିଲେ । କିଛି ଲୋକଙ୍କ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବୋଲି ପୀଡତାଙ୍କ ଭିଣୋଇ ପୋଲିସରେ ଅଭିଯୁକ୍ତ ପିତା ଏବଂ ଭାଇଙ୍କ ନାଁରେ ଏତଲା ଦେଇଛନ୍ତି ।