ଉତ୍ତରାଖଣ୍ଡର : ଅଲମୋଡାରେ ଥିବା ପ୍ରସିଦ୍ଧ ଗୋଲୁ ଦେବତାଙ୍କ ମନ୍ଦିରରେ ଆଧାର କାର୍ଡ ବିନା ବିବାହ ସମ୍ଭବ ନୁହେଁ । ମନ୍ଦିରର ପୂଜାରୀ ତଥା କୋଷାଧ୍ୟକ୍ଷ ହରି ବିନୋଦଙ୍କ କହିବା କଥା ହେଲା ଏଠାରେ ବିବାହ ଋତୁରେ ଦିନକୁ ଅତିକମରେ ୬ ଟି ଅର୍ଥାତ୍ ବର୍ଷରେ ପାଖାପାଖି ୪ଶହ ବିବାହ ଅନୁଷ୍ଠିତ ହୋଇଥାଏ । ଏଥିରେ ବରକନ୍ୟାଙ୍କ ପରିଚୟ ଓ ଠିକଣା ଜାଣିବା କଷ୍ଟକର ହୋଇଥାଏ । ତେଣୁ ଆଧାର କାର୍ଡ ମାଧ୍ୟମରେ ଏମାନଙ୍କୁ ଚିହ୍ନଟ କରାଯାଇ ବିବାହ କରାଯିବାରୁ ଏହା ସୁବିଧା ଜନକ ହୋଇଥାଏ । ଏହାସହ ବାଲ୍ୟ ବିବାହ ରୋକିବାକୁ ଆଧାର କାର୍ଡ ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ ଏଠାରେ ପ୍ରଚଳନ କରାଯାଇଥିବା ସେ କୁହନ୍ତି । ଅଲମୋଡାରେ ଥିବା ପ୍ରସିଦ୍ଧ ଗୋଲୁ ଦେବତାଙ୍କ ମନ୍ଦିରରେ ଆଧାର କାର୍ଡ ବିନା ବିବାହ ସମ୍ଭବ ନୁହେଁ । ମନ୍ଦିରର ପୂଜାରୀ ତଥା କୋଷାଧ୍ୟକ୍ଷ ହରି ବିନୋଦଙ୍କ କହିବା କଥା ହେଲା ଏଠାରେ ବିବାହ ଋତୁରେ ଦିନକୁ ଅତିକମରେ ୬ ଟି ଅର୍ଥାତ୍ ବର୍ଷରେ ପାଖାପାଖି ୪ଶହ ବିବାହ ଅନୁଷ୍ଠିତ ହୋଇଥାଏ । ଏଥିରେ ବରକନ୍ୟାଙ୍କ ପରିଚୟ ଓ ଠିକଣା ଜାଣିବା କଷ୍ଟକର ହୋଇଥାଏ । ଗୋଲୁ ଦେବତାଙ୍କୁ ନ୍ୟାୟର ଦେବତା ଭାବେ ଲୋକେ ଗ୍ରହଣ କରି ନେଇଥିବାରୁ ଏଠାରେ ଅଧିକାଂଶ ବିବାହ କରାଯାଇଥାଏଛ ଆଉ ଦେବତାଙ୍କ ଆଶୀର୍ବାଦରୁ ଦମ୍ପତି ଖୁସିରେ ସଂସାର କରିଥାଆନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି ।