ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

June 16, 2019, ଦେଶ, , Anupambharat News Bureau


ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ
Anupambharat News Bureau
June 16, 2019

କୋଲକାତା: ପଶ୍ଚିମବଙ୍ଗରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଜେଲ ଯାଇଥିଲେ, କି;ୁ ‘ହତ୍ୟାର ଶିକାର ହୋଇଥିବା ସେଇ ସ୍ତ୍ରୀ ଏବେ ଘରକୁ ଫେରିଛନ୍ତି । ଅନ୍ୟପକ୍ଷେ ନିଜ ପତ୍ନୀଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ଏହି ବ୍ୟକ୍ତି ଜେଲରେ ୩ ମାସ କାଟିଛନ୍ତି । ପୂର୍ବ ସିଂହଭୂମ ଜିଲ୍ଲାରେ ଏହି ଘଟଣା ଘଟିଛିଛ ମୌସୁମୀ ଦାସ ନାମକ ଏହି ମହିଳାଙ୍କ ମା’ ହିଁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି । କି;ୁ ଏହାର ୧ ବର୍ଷ ୧୦ ମାସ ପରେ ମହିଳା ବାପ ଘରକୁ ଫେରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଚକୁଳିଆ ଥାନାର ଅଧିକାରୀ ତ୍ରିଭୂବନ ରାମ କହିଛନ୍ତି, ୨୦୧୭ ମସିହାରେ ମୌସୁମୀ ଘର ଛାଡ଼ି ଚାଲିଯାଇଥିଲେ । ତାଙ୍କ ମା’ ସୀମା ଦାସଙ୍କ ଅଭିଯୋଗ କ୍ରମେ ମୌସୁମୀଙ୍କ ସ୍ୱାମୀ ୩ ମାସ ଜେଲ ଯାଇଥିଲେ । ଆଇପିସି ୧୬୪ ଅନୁଯାୟୀ ଆଜି ତାଙ୍କ ବୟାନ ରେକର୍ଡ କରାଯାଇ ପାରିନାହିଁ, ସୋମବାର ଦିନ ଏହା କରାଯିବ । ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ୍‌ ଅଧିକାରୀ ମୌସୁମୀଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ ହେଁ ସେ କିଛି ଠିକ୍‌ରେ କହୁନାହାନ୍ତି । ତାଙ୍କ ସ୍ୱାମୀ ବିଶ୍ୱଜିତ ଦାସ କହିଛନ୍ତି, ସେ କିଛି ବି କହିବା ଆଗରୁ ଦଶ ଥର ଭାବିବେ । କାରଣ ତାଙ୍କ ସ୍ତ୍ରୀ ନିଜ ଇଚ୍ଛାରେ ହିଁ ଚାଲିଯାଇଥିଲେ ଏବଂ ୨ ବର୍ଷ କୌଣସି ଅଜଣା ସ୍ଥାନରେ ସମୟ କାଟି ଆସିଛନ୍ତି । ମୌସୁମୀ ଯିବାବେଳେ ୫ ବର୍ଷର ପୁଅ ପାର୍ଥକୁ ମଧ୍ୟ ଘରେ ଛାଡ଼ିଯାଇଥିଲେ ଏବଂ ତାଙ୍କୁ ସ୍ୱାମୀ ଅତ୍ୟାଚାର କରୁଥିବା ଦର୍ଶାଇ ଏକ ଚିଠି ମଧ୍ୟ ଛାଡ଼ିଯାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

Read More...

ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page