ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

June 17, 2019, ଓଡ଼ିଶା, , Anupambharat News Bureau


ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ
Anupambharat News Bureau
June 17, 2019

ଅନୁଗୋଳ,୧୭ା୬ (ଅନୁପମ ମିଡିଆ): ତାଳଚେର ଗୋଡ଼ିବନ୍ଧ ହରିହରପୁର ପାଉଁଶ ଇଟା ଭାଟିରେ ଅଘଟଣ । ମାଟି ଖୋଳିବା ବେଳେ ବିଦ୍ୟୁତ ଆଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମଧ୍ୟରେ ଇଟାଭାଟି ମାଲିକ ହରିହରପୁର ଗ୍ରାମର ଅନନ୍ତ ଚରଣ ସାହୁ ଓ ଅନ୍ୟଜଣେ ହେଲେ ଭାଟିରେ କାମ କରୁଥିବା ମହିଳା ଶ୍ରମିକ ମଞ୍ଜରୀ ମିଞ୍ଜ । ଘଟଣାରୁ ପ୍ରକାଶ ଯେ ମାଟି ତଳେ ଏକ ୧୧ କେଭି ବିଦ୍ୟୁତ ବିଛା ଯାଇଥିଲା । ତା ଉପରେ ଇଟା ଭାଟି ପାଇଁ ମାଟି ଖୋଳୁଥିଲେ । ବିଦ୍ୟୁତ ତାର ନିଆଯାଇଥିବା ବେଳେ ଶାବଳରେ ମହିଳା ଶ୍ରମିକ ଜଣକ ମାଟି ଖୋଲୁ ଥିବା ସମୟରେ ଶାବଳ ବାଜି ଯାଇଥିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ତେବେ ତାଙ୍କୁ ଇଟା ଭାଟି ମାଲିକ ବଞ୍ଚାଇବାକୁ ଯାଇଥିଲେ ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ତାଳଚେର ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

Read More...

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page