ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

May 14, 2019, ଓଡ଼ିଶା, , Anupambharat News Bureau


ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ
Anupambharat News Bureau
May 14, 2019

ଅନୁଗୋଳ,୧୪ା୫ (ଅନୁପମ ମିଡିଆ): ରାସ୍ତା ଜବଲଦଖଲ କରି ଜିନିଷପତ୍ର ରଖିଥିବା ଜଣେ ବ୍ରବସାୟୀ ଆଜି ଅନୁଗୋଳ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା କରିଛନ୍ତି । ଘଟଣା ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ବ୍ରାହ୍ମଣୀଦେଇ ପଡ଼ାରେ ଥିବା ଶ୍ରୀ ଜଗନ୍ନାଥ ଏଣ୍ଟରପ୍ରାଇଜେସର ମାଲିକ ଅଲେଖ ସାହୁଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳରେ ରାସ୍ତା ଜବରଦଖଲ କରି ଦୋକାନୀମାନେ ଜିନିଷପତ୍ର ରଖୁଛନ୍ତି । ଫଳରେ ଯାତାୟତ ବେଳେ ସମସ୍ୟା ଉପୁଜୁଛି । ଲୋକେ ଯାଆସ ବେଳେ ହଇରାଣ ହେଉଥିବା ନେଇ ବାରମ୍ବାର ðଅଭିଯୋଗ ହେଉଛି । ଏଭଳି ଅଭିଯୋଗ ମିଳିବା ପରେ ସୋମବାର ଅପରାହ୍ନ ୪ଟା ୪୫ ରେ ଅନୁଗୋଳ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଜେନା ପୌର ଯନ୍ତ୍ରୀ ସୀମାn୍‌ଳ ମିଶ୍ର, ଟ୍ୟାକ୍ସ ଦାରୋଗା ଚିତ୍ତରଂଜନ ପ୍ରଧାନ, ଅଟଳ ବିୀହାର ଦେବତା, ପ୍ରଶାନ୍ତ କୁମାର ଷଢ଼ଙ୍ଗୀ ପ୍ରମୁଖଙ୍କ କର୍ମଚାରୀମାନଙ୍କ ସହିତ ବ୍ରାହ୍ମଣୀଦେଇ ପଡ଼ାରେ ଥିବା ଶ୍ରୀ ଜଗନ୍ନାଥ ଏଣ୍ଟରପ୍ରାଇଜେସରେ ପହଞ୍ଚିଥିଲେ । ଦୋକାନ ମାଲିକ ଅଲେଖ ସାହୁଙ୍କଠାରୁ ଜରିମନା ଆଦାୟ ପାଇଁ ନିର୍ବାହୀ ଅଧିକାରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ପ୍ରଶାନ୍ତ କୁମାର ଷଢ଼ଙ୍ଗୀ ରସିଦ ବହିରେ ଲେଖୁଥିବା ସମୟରେ ଦୋକାନ ମାଲିକ ଅଲେଖ ସାହୁ ଅଚାନକ ଉତକ୍ଷିପ୍ତ ହୋଇପଡ଼ିଥିଲେ । ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ନିବ୍ରାହୀ ଅଧିକାରୀ ଶ୍ରୀ ଜେନାଙ୍କୁ ଆକ୍ରମଣ କରିଥିଲେ । ଘଟଣା ସଂକ୍ରାନ୍ତରେ ଶ୍ରୀ ଜେନା ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରମେଶ ବିଶୋଇ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

Read More...

ବାପା ଆଗରେ ଗଲା ପୁଅର ଜୀବନ

ବାପା ଆଗରେ ଗଲା ପୁଅର ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page